pakka

ଆଜି ଶେଷ ହେବ ୨ୟ ପର୍ଯ୍ୟାୟ ଜେଇଇ ମେନ୍‌ ଆବେଦନ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡିଗ୍ରୀ ଇଞ୍ଜିନିୟରିଂ ପଢ଼ିବା ପାଇଁ ଦେଶରେ ହେଉଥିବା ଏକକ ପ୍ରବେଶିକା ପରୀକ୍ଷା ତଥା ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ଏପ୍ରିଲ ୬ରୁ ଆରମ୍ଭ ହେବ । ଏହା ଲାଗି ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୪ ତାରିଖ ଥିଲା । ହେଲେ ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଗୁରୁବାର ଅର୍ଥାତ ମାର୍ଚ୍ଚ ୧୬ ତାରିଖ ଯାଏଁ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରିବାକୁ ବଢ଼ାଯାଇଛି ।

ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପରିଚାଳିତ ଏହି ପରୀକ୍ଷା ଏପ୍ରିଲ ୮, ୧୦, ୧୧ ଓ ୧୨ରେ ହେବ । ମାର୍ଚ୍ଚ ୧୬ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଅନଲାଇନ୍‌ରେ ଫି’ ଦାଖଲ କରିହେବ । ଏହି ସୁଯୋଗ ଛାତ୍ରଛାତ୍ରୀଙ୍କୁ କେବଳ ଥରେ ଦିଆଯାଉଛି । ଏସମ୍ପର୍କରେ ବିସ୍ତୃତ ତଥ୍ୟ ଏନ୍‌ଟିଏ ୱେବସାଇଟ୍‌ www.nta.ac.inରେ ରହିଛି ।

jay balangir
Leave A Reply

Your email address will not be published.

12 − seven =