pakka

ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଅନୁଭୂତ

bbehera

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର କେରମାଡେକ୍‌ ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା ଆଇସଲାଣ୍ଡ କେରମାଡେକ୍‌ରେ ଗୁରୁବାର ଜୋରଦାର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ଆମେରିକାର ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ନ୍ୟୁଜିଲାଣ୍ଡରେ ଭୂମିକମ୍ପର ତୀବ୍ରତା ପ୍ରାୟ ୧୦ କିଲୋମିଟର ଯାଏ ଅନୁଭୂତ ହୋଇଥିଲା । ଝଟ୍‌କା ପରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି । ଶକ୍ତିଶାଳୀ ଭୂକମ୍ପର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି । ତେବେ ମୃତାହତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଉଦ୍ଧାରକାରୀ ଟିମ୍‌ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି ।

Leave A Reply

Your email address will not be published.

1 × four =