jayashree

କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧-ନଭେମ୍ବର ବଲାଙ୍ଗିର ଦିନ ପାଳନ ଉପଲକ୍ଷେ ସହରର କଲେଜଛକ ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ‘ଷ୍ଟୁଡେଣ୍ଟ ୟୁନିଟି’ ପକ୍ଷରୁ ଏକ ଭବ୍ୟ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ କଳା ଏବଂ ସୃଜନଶୀଳତା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୩୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ଚିତ୍ରକଳା ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଚାରକ ଭାବରେ ଏହି କାର୍ଯ୍ୟକ୍ରମକୁ ଷ୍ଟୁଡେଣ୍ଟ ୟୁନିଟିର ଉତ୍ତମ ବରା଼ଡ ଏବଂ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆୟୋଜନରେ ଷ୍ଟୁଡେଣ୍ଟ ୟୁନିଟିର ସଦସ୍ୟମାନଙ୍କ ମଧ୍ୟରୁ ବିଶ୍ୱଭୂଷଣ ସିଂହ, ଅରମାନ ଦାଶ, ଆକାଶ ନାଏକ, ଶୁଭମ୍ ଭାଟି, ବିଶ୍ୱଜିତ ବାଗ, ଦୀପ୍ତିମୟୀ କର୍ମୀ, ସ୍ୱୟଂଶ୍ରୀ ମଟାରୀ, ସୁଦେଶ୍ୱନା କୁମୁରା, ସତ୍ୟ ସାହୁ, ଅଂଶୁମାନ ପାଢ଼ୀ, ରୀତିକ ମାଝୀ, ଆନନ୍ଦ ରଣା ଏବଂ ବିନୟ ପ୍ରଧାନ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ସେହିପରି ଉତ୍କଳ ମହିଳା ବିକାଶ ପରିଷଦ ବଲାଙ୍ଗିର ତରଫରୁ ଆମର ପିଠା ମଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଡଃ. ଜ୍ୟୋତି ପାଣିଗ୍ରାହୀ, ସରିତା ଦାସ, କମଳା ଶତପଥୀ ଯୋଗ ଦେଇଥିଲେ । ପ୍ରାୟ ୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ବିକାଶ ପରିଷଦର ସଭାପତି ସଂଯୁକ୍ତା ମିଶ୍ର, ସମ୍ପାଦକ ନିହାରିକା ମିଶ୍ର, ସୁଜାତା ନନ୍ଦ, ମମତା ସୁନା, ଗାୟତ୍ରୀ ଦାସ, ସସ୍ମିତା ମେହେର, ପ୍ରତିମା ହୋତା, ଅରୁଣା ବାଗ, ଆଶାଳତା ସେଠି ଆଦି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଠିକ ସେହିପରି ଏଆରପାଲେସ ଠାରେ ପୂଜା ଡିଭାଇନ ଗ୍ଲୋ ପକ୍ଷ୍ୟରୁ ଦିନେଶ୍ ବେହେରା, ପୂଜା ସାହୁ, ଗଗନ ସୁନା ଓ ମୁନିଙ୍କ ଆୟୋଜନରେ ଆମର ପିନ୍ଧନ୍ ଉଢନ, ଫେନ୍ସି ଡ୍ରେସ୍, ମ୍ୟାକଅଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଲୋପାମୁଦ୍ରା ମିଶ୍ର ପରିଚାଳନା କରିଥିବା ବେଳେ ବିଚାରକ ଭାବରେ ରାମ ଦାସ, ସାଗର ବାରିକ, ଡଃ. ଲେଲିନା ଶାହା, ସୁଧିର ମେହେର, ସ୍ନିଗ୍ଧା ପାଢୀ, ନିକେତକ୍ଷ ମେହେର ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପଲଜୀ ପାଣିଗ୍ରାହୀ, ସଂଯୋଜିକ ସରିତା ଦାସ, ପ୍ରତାପ ରଥ, ଗୋପଳ ପ୍ରଧାନ, ବିଧୁଭୂଷଣ ତ୍ରିପାଠୀ, ଲୋଟସ ଷଡଙ୍ଗୀ, ସଙ୍ଗୀତା ଦାସ, ନୂତନ ଦାସ, ସୋମନାଥ ମିଶ୍ର, ବିନୋଦ କାଲସାଏ, ଗୋବିନ୍ଦ ଶତପଥୀ, ବିକାଶ ସା, ସଂଜୀବ ସାହୁ, ରାମ ଦାସ , ହରି ଓମ୍‌ ପଟେଲ, ମାନସୀ ନନ୍ଦଙ୍କ ସମେତ ସମସ୍ତ କର୍ମକର୍ତ୍ତା ସାମିଲଥିଲେ ।

Leave A Reply

Your email address will not be published.