pakka

୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ବେଲପଡା, (କେପିଏନ୍‌ଏସ୍‌) : ୧୫ ଜଣ ଶ୍ରମିକଙ୍କୁ ବେଲପଡା ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ପାଇବାରୁ ବେଲପଡା ପୋଲିସ ବନମାଲ ଗ୍ରାମରେ ଚଢାଉ କରି ହାଇଦ୍ରାବାଦ ଯାତ୍ରା କରୁଥିବା ୪ ଶିଶୁ ଏବଂ ୩ ମହିଳାଙ୍କ ସମେତ ୧୫ ଜଣ ବାଧ୍ୟତାମୂଳକ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଜଣେ ଶ୍ରମିକ ସର୍ଦ୍ଦାର ଓ ଜଣେ ଡ୍ରାଇଭରଙ୍କୁ ଗିରଫ କରିବା ସହ ବ୍ୟବହୃତ ବୋଲେରୋକୁ ଜବତ କରିଛି ପୋଲିସ । ଏସଂପର୍କରେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ।

Leave A Reply

Your email address will not be published.

seven − two =