jayashree

ବଲାଙ୍ଗିରରେ ନିର୍ବାଚନ ପୂର୍ବରୁ ସୁମନ ନନ୍ଦ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେ ବଢୁଛି ଟେନସନ । ଏହାରି ଭିତରେ ଗତକାଲି ସର୍କିଟ ହାଉସରେ ବିସିଜେଡି ଓ ଏବିଭିପି ଛାତ୍ର ସଂଗଠନ ମଧ୍ୟରେ ଉତ୍ତେଜନା ହୋଇଥିବା ବେଳେ ଏହାକୁ ନେଇ ଗତକାଲି ଉଭୟ ଦଳ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଅନ୍ୟପଟେ ଏବିଭିପିର ୩ କାର୍ୟ୍ୟକର୍ତ୍ତା ତଥା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ର ମାନଙ୍କୁ ଅପହରଣ କରାଯାଇଥିଲା, ଏଥିରେ ବିଜୁ ଛାତ୍ର ଜନତା ଦଳର ସମ୍ପୃକ୍ତି ଥିବା ନେଇ ଏବିଭିପି ପକ୍ଷରୁ ବଲାଙ୍ଗିର ଲକ୍ଷ୍ମୀଯୋର ଥାନାରେ ଏତଲା ଦିଆଯାଇଥିଲା । ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ WHY I STAND FOR ? କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ପରେ ଟାଉନ ଥାନା ପୋଲିସ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ସୁମନ ନନ୍ଦଙ୍କୁ ଉଠାଇ ଆଣି ଟାଉନ ଥାନାରେ ପାଖାପାଖି ୬ରୁ ୭ ଘଣ୍ଟା ଅଟକ ରଖିବା ପରେ ଏବେ ଲକ୍ଷ୍ମୀଯୋର୍ ଥାନା ପୋଲିସ ସଦଳବଳେ କୋର୍ଟ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣକୁ ନେଇ କି ସୁମନ ନନ୍ଦଙ୍କୁ ପ୍ରଥମେ ଅଟକ ଓ ପରେ କୋର୍ଟ ଚାଲାଣ କରାଯାଉଛି ତାହା ସମ୍ପୂର୍ଣ୍ଣ ସୂଚନା ମିଳିପାରିନଥିବା ଖବର ରହିଛି ।

Leave A Reply

Your email address will not be published.