
ଅଶୋକ ସିଂଘଲଙ୍କ ଜନ୍ମ ଶତବାର୍ଷିକୀରେ ମୁରିବାହାଲ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୩୦ ୟୁନିଟ୍ ରକ୍ତ ସଂଗ୍ରହ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅର୍ନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିର ନିର୍ମାଣର ଜଣେ ବରିଷ୍ଠ ନେତା ସ୍ୱର୍ଗତ ଅଶୋକ ସିଂଘଲ ଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମୁରିବାହାଲ ପ୍ରଖଣ୍ଡ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ନୂତନ ରାମ ମନ୍ଦିରରେ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ସମାଜସେବା ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବଜରଙ୍ଗ ଦଳର ମୁରିବାହାଲ ପ୍ରଖଣ୍ଡ ସଂଯୋଜକ ପଦ୍ମଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜେପି ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ସମ୍ମାନିତ ଅତିଥି ରୂପେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବଲାଙ୍ଗିର ଜିଲ୍ଲା ବିଜେପି ସମ୍ପାଦକ ପୁରୁନ୍ଦର ବାଗ, ମୁରିବାହାଲ ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ,ବ୍ଲକ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମର ସଂଗଠନ ମନ୍ତ୍ରୀ ସତ୍ୟନାରାୟଣ ଥନାପତି, ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମର ପ୍ରାନ୍ତ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର, ଟିଟିଲାଗଡ ରକ୍ତଭଣ୍ଡାର ଅଧିକାରୀ ଡ.ଓଁକାର ହୋତା, ସମାଜସେବୀ ଭବାନୀଶଙ୍କର ଶର୍ମା, ଭରତ ଦାସ, ପୋଲିସ ଏଏସ୍ଆଇ ସୁଶୀଲ କୁମାର ମହାପାତ୍ର ଓ ରାଜୀବ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ନାରାୟଣ ସାହୁଙ୍କ ସଭା ପରିଚାଳନାରେ ସୁଧାଂଶୁ ପୋଢ଼ ଯାଦବ ଉପସ୍ଥିତ ଅତିଥି, ରକ୍ତଦାତା ଓ ସହଯୋଗୀ ସଂଗଠନଗୁଡ଼ିକୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରକ୍ତଦାନ ଶିବିରକୁ ଓଡ଼ିଶା ଡ୍ରାଇଭର ମହାସଂଘ, ମୁରିବାହାଲ ବ୍ଲକ ଶାଖା, ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ, ରାଧାକୃଷ୍ଣ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସମେତ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ କରିଥିଲେ । ଟିଟିଲାଗଡ ରକ୍ତ ଭଣ୍ଡାର ଅଧିକାରୀ ଡ.ଓଁକାର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଲେବୋରୋଟରି ଟେକନିସିଏନ୍ ନରେଶ କୁମାର ମିଶ୍ର, ପୁରୁଷ ଷ୍ଟାଫ୍ ନର୍ସ ବିନୟ କୁମାର ସାହୁ, ଡାଟା ମ୍ୟାନେଜିଂ ଆସିଷ୍ଟାଣ୍ଟ ଜିତେନ୍ଦ୍ର କୁମାର ପଣ୍ଡା, ସହାୟକ ଜୟରାମ ମଛଖଣ୍ଡ ଓ ଡ୍ରାଇଭର ଯୁଧିଷ୍ଠିର ଭୋଇ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବଜରଙ୍ଗ ଦଳର ସଦସ୍ୟ ରାଜେଶ କୁମାର ପଟ୍ଟନାୟକ, କପିଳେଶ୍ୱର ରାଉତ, ନିରଞ୍ଜନ ରଣା, ପ୍ରସନ୍ନ କର୍ମୀ, ଉଦିତ କୁମାର କଟା, ପ୍ରକାଶ ମହାକୁର, କରନ ଜାଲ, ମକୁନ୍ଦ ବଗର୍ତ୍ତୀ, ଚନ୍ଦନ ରାଜପୁତ, ଲକ୍ଷ୍ମୀ ଭାଇ, ବିଟୁ ପୁରୋହିତ, ଯଦୁ ସାହୁ, ଅଜିତ ବାଗ, ଶିବା ରାଉତ, ଲିଲୁ ଜାଲ, ଲିକୁନ ସାହୁ, ଆଲୋକ ଦାସ, ଉଦୟ ସାହୁ, ଗୋବିନ୍ଦ ଶେଠ୍, ରୋହିତ ରଣା, ଦିବ୍ୟ ସାହୁ, ଜଗଦୀଶ କମ୍ପ, ରାଜ ନାଗ, ବାପୁନ୍ ମହାନ୍ତି, ପବିତ୍ର ସାହୁ, ରମାକାନ୍ତ ଭୋଇ, ଶ୍ରୀକାନ୍ତ ଭୋଇ, ବିମଳ କୁମ୍ଭାର, ଆଶିଷ ହଂସ, ସନାତନ ବଗର୍ତ୍ତୀ, ସୁଦାମ ସାହୁ, ଯଶ ଶର୍ମା, ପିଙ୍କୁ ହାତୀ ଓ ଉତ୍ତମ ଥାଟି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ରକ୍ତଦାନ ମହତ୍ ଦାନର ବାର୍ତ୍ତାକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବା ସହ ମାନବ ସେବା ହିଁ ମାଧବ ସେବା ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା ।