
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ବୁଢ଼ାବାହାଲସ୍ଥିତ ତ୍ରିମୂର୍ତ୍ତି ଖେଳ ପଡ଼ିଆରେ ଚାଲିଥିବା ତ୍ରିମୂର୍ତ୍ତି ଟେନିସ୍ କ୍ରିକେଟ୍ ଚାମ୍ପିଅନ୍ସିପ୍ ଲିଗ୍ରେ ଜମୁଛି କ୍ରିକେଟ୍ର ରୋମାଞ୍ଚ । ପ୍ରତିଯୋଗିତାର ତୃତୀୟ ଦିବସରେ ଖେଳାଯାଇଥିବା ତିନୋଟି ମ୍ୟାଚ୍ରେ ବିଭିନ୍ନ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ମ୍ୟାଚ୍ରେ ରାଜବୀର ରୟାଲ୍ସକୁ ପରାସ୍ତ କରି ଶୁଭମ୍ ରାଇଜିଂ ଷ୍ଟାର୍ସ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ରାଜ୍ ଟାଇଟନ୍ସକୁ ହରାଇ ଅଂଶୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଜି ମାରିଥିଲା । ସେହିପରି ତୃତୀୟ ମ୍ୟାଚ୍ରେ ଆନ୍ସି ଏକାଦଶକୁ ପରାସ୍ତ କରି ଆର୍ଯ୍ୟନ୍ ସୁପର କିଙ୍ଗ୍ସ ବିଜୟ ହାସଲ କରିଥିଲା । ଏହି କ୍ରୀଡ଼ା ଆୟୋଜନ ଅବସରରେ ବିଜେପି ଯୁବନେତା ଅମିତ ସିଂ ନିନା ଏବଂ ବଲାଙ୍ଗିର ସାଂସଦଙ୍କ ସଦର ବ୍ଲକ୍ ପ୍ରତିନିଧି ପୁରୁଷୋତ୍ତମ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ କମିଟିର ସଦସ୍ୟମାନେ ପ୍ରତିଯୋଗିତାର ସୁପରିଚାଳନାରେ ସହଯୋଗ କରିଥିଲେ। ।