
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ବଡବନ୍ଧ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ୧୧ତମ ଲବଣୀସେନ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିବସର ପ୍ରଥମ ଲିଗ୍ ମ୍ୟାଚରେ ଜରାସିଂହାକୁ ହରାଇ ଶିବତଲା ଦଳ ଓ ଦ୍ୱିତୀୟ ଲିଗ୍ ମ୍ୟାଚରେ ପିପିର୍ଡାକୁ ହରାଇ ଦାବକାନୀ ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା । ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦାବକାନୀ ଦଳକୁ ହରାଇ ଶିବତଲା ଦଳ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଡ଼ ବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ଚୈତନ୍ୟ ପୁଟେଲ, ସୁଶାନ୍ତ ସାହୁ, କ୍ଷମାନିଧି ପଧାନ, ଜଗଦୀଶ ଗଡତ୍ୟା ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳଗୁଡିକୁ ବିଧାନ ସେଠ୍, ହମିତ ଗଡତ୍ୟା, ବିକାଶ ସେଠ୍, ରଞ୍ଜିତ୍ ପୋଢ ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭାପତି ରାକେଶ ଗଡତ୍ୟା, ପ୍ରଦୀପ ବଗର୍ତ୍ତି, ସରୋଜ ବଗର୍ତ୍ତି, ସୁମନ୍ତ ଷାଣ୍ଢ, ମୁକେଶ ପଧାନ, ଟିନୁ ଗଡତ୍ୟା, ଶ୍ରୀକାନ୍ତ ନାଏକ, ସିଦ୍ଧାନ୍ତ ନାଏକ, ସୁଶାନ୍ତ ପଧାନ, ନରେଶ ଗଡତ୍ୟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।