
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ନେହେରୁ ପଡ଼ିଆରେ ଉଦଯାପିତ ହୋଇଯାଇଛି । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଗାଈ ବାହାଲ ସରପଞ୍ଚ ତ୍ରିଲୋଚନ ନାଗ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଶନିବାର ଦିନ ଦେଓଗାଁ ଥାନା ଅଧିକାରୀ ସବିତା ଠେମରିଆ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଉଦଯାପନୀ ଉତ୍ସବରେ ବଲାଙ୍ଗିର ଆପ୍ରାଇନ୍ କଲେଜର ଅଧ୍ୟକ୍ଷ ତ୍ରିବିକ୍ରମ ବେହେରା ଯୋଗ ଦେଇ ଭାଇ ଭଉଣୀମାନଙ୍କୁ ପୁରସ୍କୃତ କରିଥିଲେ । ପରିଚାଳନା ସମିତିର ସଭାପତି ବଳଦେବ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ଶରୀର ପାଇଁ କ୍ରୀଡ଼ା ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶାରୀରିକ ପ୍ରମୁଖ ସୁଦର୍ଶନ ବିଶ୍ୱାଳ ବୃତ୍ତ କଥନ କରିଥିଲେ । ଗୁରୁମା ରଶ୍ମିତା ମଲ୍ଲିକ ସଭା ସଂଯୋଜନା କରିଥିବା ବେଳେ ଗୁରୁଜୀ କୁନୁ ସାହୁ କ୍ରୀଡ଼ା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବର୍ଗରେ ଭାଇ ଲିପୁନ୍ ଭୁଏ, ଭଉଣୀ ଦିଗଶା ପ୍ରିୟଦର୍ଶନୀ ସାହୁ, ୧୪ ବର୍ଷରୁ କମ୍ ଭାଇ ସୌମ୍ୟରଂଜନ ବଗର୍ତ୍ତି, ଏକଲବ୍ୟ ସାହୁ, ତ୍ରିଶା ଦଳାଇ ପ୍ରମୁଖ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ । ଉପ ସଭାପତି ମହେନ୍ଦ୍ର ବିଶ୍ୱାଳ, ସଦସ୍ୟା ଶ୍ରୀୟା ସୁମନ ନାଏକ, ଦୂଲଣା ବାଗ ପ୍ରମୁଖ ଯୋଗ ଦେଇ ଉତ୍ସାହିତ କରିଥିଲେ ।