pakka

ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ ଜଣାଇଲେ ଶିକ୍ଷକ ସଂଘ ଓ ବିଭିନ୍ନ ଅନୁଷ୍ଠାନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର କାର୍ଯ୍ୟକର୍ତା ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ପୁଷ୍ପଗୁଛ ଓ ଉତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ନୂତନ ବିଧାୟକ ଶ୍ରୀ ମହାରଥୀ ଡେଲାଙ୍ଗ ପିପିଲି ଜନସାଧାରଣଙ୍କ ଆର୍ଶିବାଦରୁ ନିର୍ବାଚିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିିଛି । ଶିକ୍ଷକ ସଂଘର ସଭାପତି ମିଟୁ କିଶୋର ପ୍ରଧାନ, ସମ୍ପାଦକ ସୁର୍ଯ୍ୟନାରାୟଣ ସେଠୀ, ସଦସ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ସେଠୀ, ସୁରେନ୍ଦ୍ରନାଥ ନାୟକ, ଚନ୍ଦ୍ରଶେଖର ଧାଉଡିଆ ଓ ଅଭୟ ରଥ ପ୍ରମୁଖ ଉପସ୍ଥିତ ହୋଇ ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ । ସେହିପରି ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ବୁଦ୍ଧିଜୀବୀ, ଦଳୀୟ କର୍ମୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ସାମ୍ବାଦିକ ଓ ଜନସାଧାରଣ ତାଙ୍କ ବାସଭବନରେ ପହଂଚି ନୂତନ ବିଧାୟକଙ୍କୁ ବଧାଇ ଜଣାଇଥିଲେ ।

Leave A Reply

Your email address will not be published.

six + seventeen =