jayashree

ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ବିଦ୍ୟାଳୟ ସ୍ଥରୀୟ ଜାତୀୟ ହେରିଟେଜ କ୍ୱିଜ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୩୦ ଅଗଷ୍ଟ ଦିନ ସ୍ଥାନୀୟ ପିଏମଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ୍ ଠାରେ ଜିଲ୍ଲା ବିଦ୍ୟାଳୟସ୍ଥରୀୟ “ଜାତୀୟ ହେରିଟେଜ କ୍ୱିଜ” ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୯ଟି ସ୍କୁଲରୁ ୭୨ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଦୁଇଟି ରାଉଣ୍ଡରେ ଏହି ପ୍ରତିଯୋଗିତା ହୋଇଥିଲା । ପ୍ରଥମ ରାଉଣ୍ଡ ଲେଖା ଓ ଦ୍ଵିତୀୟ ରାଉଣ୍ଡ ମୌଖିକ ହୋଇଥିଲା । ଏଥିରେ ଇଣ୍ଟାକ ବଲାଙ୍ଗିର ଶାଖାର ସଂଯୋଜକ ଡ. ଶିବ ପ୍ରସାଦ ନନ୍ଦ କ୍ୱିଜ ପରିଚାଳନା କରିଥିଲେ । ଶେଷରେ ପୁରସ୍କାର ବିତରଣ ଉତ୍ସବରେ ପିଏମଶ୍ରୀ ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ମୁଖ୍ୟ ଅତିଥି, ଇଣ୍ଟାକ ବଲାଙ୍ଗିର ଶାଖା ସଂଯୋଜକ ଡ. ଶିବ ପ୍ରସାଦ ନନ୍ଦ ସହିତ ସହ ସଂଯୋଜକ ଶଶୀଭୂଷଣ ପୁରୋହିତ ଓ ବରିଷ୍ଠ ସଭ୍ୟ ସନ୍ତୋଷ କୁମାର ରଥ ଅତିଥି ରୂପେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରେୟନ୍ସ ଅଗସ୍ତି ଓ ଶମ୍ଭୁ ପ୍ରସାଦ ସାଏ ପ୍ରଥମ ସ୍ଥାନ ଓ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦମୟନ୍ତୀ ଖୁଆସ ଓ ମାନସୀରାଣୀ ଦାସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଦୁଇ ବିଜେତା ଦଳଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଟ୍ରଫି ଓ ପ୍ରମାଣ ପତ୍ରଦେଇ ପୁରସ୍କୃତ କରିଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ପ୍ରଦାନ କରାହେଲା । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ଏକାଡେମିକ୍‌ ହାଇଟ୍ସ ପବ୍ଲିକ ସ୍କୁଲ, ମଣ୍ଟେଶୋରି ପବ୍ଲିକ ସ୍କୁଲ, ଆଇଡିଏମ୍‌ ପବ୍ଲିକ ସ୍କୁଲ, ପି ପି ଏକାଡେମୀ, ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପିଏମଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ୍, ବଲାଙ୍ଗିର ପବ୍ଲିକ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଶେଷରେ ଇଣ୍ଟାକ ବଲାଙ୍ଗିର ଶାଖାର ସହ ସଂଯୋଜକ ଶଶିଭୂଷଣ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଇଣ୍ଟାକର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଭା ସଂଯୋଜନା କରିଥିଲେ ଓ ଇଣ୍ଟାକର ଆଜୀବନ ସଭ୍ୟ ମହେଶ ପଟ୍ଟନାୟକ, ବିଜୟ ପାଣିଗ୍ରାହୀ, ସଂଜୀବ ନାଏକ, ସୁରେଶ ଯାଦବ ଓ ରିଙ୍କୁ ପାତ୍ର ଆୟୋଜନରେ ସହଯୋଗ କରିଥିଲେ । ଏଥିରେ ପ୍ରଥମ ହୋଇଥିବା ଗୃପ ଆସନ୍ତା ମାସରେ ଭୁବନେଶ୍ୱରଠାରେ ହେବାକୁଥିବା ରାଜ୍ୟସ୍ଥରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଇଣ୍ଟାକର ସଂଯୋଜକ ଶ୍ରୀ ନନ୍ଦ ସୂଚନା ଦେଇଥିଲେ ।

Leave A Reply

Your email address will not be published.