
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମା’ ଭଗବତୀ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ରାଣୀସତୀ ଦାଦୀଳୀ ଶକ୍ତିଧାମ ମନ୍ଦିରରେ ୨୪ତମ ଭାଦୀ ମହୋତ୍ସବ ଜାକଜମକ ସହ ପାଳନ କରିବା ପାଇଁ ଟ୍ରଷ୍ଟି ସନ୍ତୋଷ କେଜ୍ରିୱାଲଙ୍କ ଆବାହକତ୍ଵରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ସବିଶେଷ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାର୍ଯ୍ୟକ୍ରମ ଅଂଶବିଶେଷ ସ୍ଵରୁପ ଗତ ୨୯ତାରିଖରୁ ଆରମ୍ଭ ହୋଇଥିବା ମଙ୍ଗଳପାଠ, ଅଲୌକିକ ଶୃଙ୍ଗାର, ଅଖଣ୍ଡ ଜ୍ୟୋତି ଓ ଭଜନ କାର୍ଯ୍ୟକ୍ରମ, ସେପ୍ଟେମ୍ବର ୧୧ତାରିଖ ପର୍ଯ୍ୟନ୍ତ ୧୪ ଦିନ ବ୍ୟାପି ଚାଲିବ । ୧୦ତାରିଖରେ ଯାଜ୍ଞୀକ ସମ୍ରାଟ ଚୈତନ୍ୟ ଅଗ୍ନିଶିଖାଳୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହିଳା ମାନଙ୍କ ମଧ୍ୟରେ ଦାଣ୍ଡିଆ, ଆଳତି ଥାଳୀ, ମେହେନ୍ଦୀ, ଚୁନରୀ ଓ ଗଜରା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୧ତାରିଖ ଅପରାହ୍ନ ସାଢେ ୧୨ଟାରେ ଛପନ ଭୋଗ, ୧ଟାରେ ମହାପ୍ରସାଦ ବିତରଣ (ଭଣ୍ଡାରା) ଓ ଅପରାହ୍ନ ୧ଟା୧୫ରୁ ୧୦୮ ମଙ୍ଗଳପାଠ, ରାତ୍ରୀ ୮ଟାରେ କୋଲକାତାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ରାନୀ କୌର, ଅମିତ ଜୟସୱାଲ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ମଙ୍ଗଳପାଠ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ପୁଷ୍ପମାଲ୍ୟ ପ୍ରସ୍ତୁତି ଓ ମେହେନ୍ଦୀ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ପୂର୍ବତନ ନଗରପାଲ ଭବାନୀ ପ୍ରସାଦ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ମନ୍ଦିର ପରିଚାଳନା କମିଟିର ସଭାପତି ସୁରଜମଳ ସୋନୀ, ଓକିଲ ରାଧାକାନ୍ତ ପାଢ଼ୀ, ଶମ୍ଭୁ ପ୍ରସାଦ ଗୋୟଲ, ବିକାଶ ଜୈନ, ମହେଶ ଇନ୍ଦୋରିଆ, ରାଜୁ ମିଶ୍ର, ସୁବୋଧ ଦାଶ, ସତ୍ୟନାରାୟଣ ଗୁପ୍ତା, ଗୋପାଳ ଅଗ୍ରୱାଲ, ପ୍ରକାଶ ଅଗ୍ରୱାଲ, ଅଶୋକ ସିହ୍ନା, ମୋହନ ଗୁପ୍ତା, ବଜରଙ୍ଗ ଅଗ୍ରୱାଲ, ଗୋପାଳ ଟିବଡେୱାଲ, ମହେଶ ଅଗ୍ରୱାଲ, ମହେଶ ଦୋଦଳା, ପିତାମ୍ବର ଶର୍ମା, ହିତେଶ ଜୈନ, ବିନୋଦ ମରୋଦିଆ ପ୍ରମୁଖଙ୍କ ସମେତ ବ୍ରାହ୍ମଣ ସମାଜ, ବିହାରୀ ସମାଜ, ବଙ୍ଗାଳୀ ସମାଜ, ଅଗ୍ରୱାଲ ସମାଜ, ଗୁଜରାଟୀ ସମାଜ, ଜୈନ ସମାଜ ସମେତ ଅନ୍ୟାନ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ । ପରିଶେଷରେ ପ୍ରତିଷ୍ଠାତା ସଭ୍ୟ ଜଗଦୀଶ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।