ପଶ୍ଚିମ ଓଡିଶାର ଗଣପର୍ବ ପାଳନ ସମୟରେ ଲକ୍ ଡାଉନ, ସଟ ଡାଉନ କୋହଳ କରିବା ପାଇଁ ଦାବୀପତ୍ର

କଂଟାବାଂଜି(ଗୁରୁଦୟାଲ ହଂସ) -ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପ୍ରତିବର୍ଷ ଧୁମଧାମରେ ପାଳିତ ହୁଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଭଳି ରୋଗ ସାରା ବିଶ୍ୱରେ ବ୍ୟାପିଛି । ଏହି ପରିପ୍ରେକ୍ଷିରେ ଭାରତ ସହ ଓଡିଶା ମଧ୍ୟ ବାଦ୍ ପଡିନାହିଁ । ଏପରିକି ପଶ୍ଚିମ ଓଡିଶାରେ କରୋନା ରୋଗ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଲକ୍ ଡାଉନ ଓ ସଟ ଡାଉନ ବ୍ୟବସ୍ଥା କରିଛନ୍ତି; ଯାହା ଦ୍ୱାରା ନୂଆଁଖାଇ ଭଳି ମହାନ ପର୍ବ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏପରିକି ଏହି ପର୍ବ ସମୟରେ ଜନସାଧାରଣ ବିଭିନ୍ନ ପ୍ରକାର ନୂଆ ଜିନିଷ ପତ୍ର କିଣାବିକା କରିବା ସହିତ ବଜାର ବ୍ୟବସାୟ ଉପରେ ନିର୍ଭର କରନ୍ତି । କିନ୍ତୁ ଚଳିତ ବର୍ଷ କରୋନ ମହାମାରୀ ରୋଗ ଯୋଗୁଁ ମାର୍ଚ୍ଚ ମାସରୁ ସାଧାରଣ ଜନତାଠାରୁ ବ୍ୟବସାୟିକ ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତଙ୍କର ରୋଜଗାର ଭୁଷୁଡି ପଡିଛି । ତେଣୁ ନୂଆଁଖାଇ ଭଳି ମହାନ ପର୍ବ ସମୟରେ କଂଟାବାଂଜି ବ୍ୟବସାୟିକ ପେଣ୍ଠସ୍ଥଳୀରେ ଅନେକ ଗାଁଗଣ୍ଡା ନିର୍ଭର କରନ୍ତି । ତେଣୁ ଏହି ସମୟରେ ସରକାରଙ୍କ ଲକ୍ ଡାଉନ, ସଟ୍ ଡାଉନ ପ୍ରକ୍ରିୟା ଊଛେଦ କରିବା ସହିତ ନୂଆଁଖାଇ ଦିନ ପ୍ରଶାସନିକ ସ୍ତରରେ କଟକଣା କୋହଳ କରିବା ପାଇଁ ସ୍ଥାନୀୟ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, କ୍ଲବ, ଶ୍ରମିକ ସଂଗଠନ ଦ୍ୱାରା ଶେଷଦେବ ପୁଟେଲଙ୍କ ନେତୃତ୍ୱରେ ଏକ ଦାବୀପତ୍ର ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଆଜି ଦିଆଯାଇଛି । ଏପରିକି ସ୍ଥାନୀୟ ଏନ.ଏ.ସି., ଇ.ଓ., ଥାନା ଅଧିକାରୀ, ଉପଜିଲ୍ଲାପାଳ ଟିଟିଲାଗଡଙ୍କୁ ମଧ୍ୟ ଦାବୀପତ୍ର ଦିଆଯାଇଛି । ଏହି ଦାବୀପତ୍ର ଦେବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଦେଶୀ ବେହେରା, ଧୀରଜ ଅଗ୍ରୱାଲ, ରାଜେନ୍ଦ୍ର ବେହେରା, ବ୍ରଜଶ୍ୟାମ ଗୁରୁ, ରାଜେଶ ଶର୍ମାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.