
- ସମ୍ବିଧାନ ପ୍ରଣେତା ଡଃ. ବିଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ୧୩ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଘଣ୍ଟବାହାଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁରିବାହାଲ ବଜାର ଛକଠାରେ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ଘଣ୍ଟବାହାଲ ଖେଳପଡିଆଠାରୁ ଶତାଧିକ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ଛକଠାରେ ପହଞ୍ଚିଥିଲେ । ମୁରିବାହାଲ ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ସଭାପତି ମଦନମୋହନ କୁମ୍ଭାର ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସଭାପତି ଗୋବିନ୍ଦ ତାଣ୍ଡିଙ୍କ କରକମଳରେ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ଏହାପରେ ଘଣ୍ଟବାହାଲ ଖେଳପଡିଆଠାରେ ବ୍ଲକ ସଭାପତି ମଦନମୋହନ କୁମ୍ଭାରଙ୍କ ସଭାପତିତ୍ଵରେ ତଥା ସାଧାରଣ ସମ୍ପାଦକ ତଥା ଆଇନଜୀବୀ ଦୀପକରଞ୍ଜନ ବାଗଙ୍କ ସଂଯୋଜନାରେ ନୂଆଁଖାଇ ଭେଟଘାଟ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁରିବାହାଲ ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ମୁଖ୍ୟ ଅତିଥି,ସମାଜର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସଭାପତି ଗୋବିନ୍ଦ ତାଣ୍ଡି ବିଶିଷ୍ଟ ଅତିଥି, ମୁରିବାହାଲ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଡଃ. ରମେଶ ଚନ୍ଦ୍ର ମହାନନ୍ଦ ମୁଖ୍ୟବକ୍ତା, ବ୍ଲକ ଉପସଭାପତି ବିଭିଷଣ ମହାନନ୍ଦ, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ସମତି ସଭ୍ୟ ଭୀମସେନ ବାଗ, ମୁରିବାହାଲ ପଞ୍ଚାୟତ ସଭାପତି ଅନନ୍ତ ଛୁରା, ଗୁଡିଘାଟର ସମାଜସେବୀ ଗିରିଧାରୀ ମହାନନ୍ଦ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଚୈତନ୍ୟ ମହାନନ୍ଦ, ଗରଗଡବାହାଲର ସମାଜସେବୀ ଉମାକାନ୍ତ ସୁନା, ଭୀମ ଆର୍ମି ବ୍ଲକ ସଭାପତି ସୁରେନ୍ଦ୍ର ଛୁରା, ସିରୋଲ ସଭାପତି ଧନଞ୍ଜୟ ମହାନନ୍ଦ, ବାଙ୍କେଲ ସଭାପତି ରୋହିତ ଟାକ୍ରି, ବିଟାବନ୍ଧ ସଭାପତି ଯଦୁ ତାଣ୍ଡି, ଟୁପାଉଡାର ସଭାପତି ଦିଲ୍ଲୀପ ମହାନନ୍ଦ, ବ୍ଲକ କିରାଣୀ ଝସକେତନ ତାଣ୍ଡି, ଆଇନଜିବୀ ରଶ୍ମିତା ମହାନନ୍ଦ, ସମାଜସେବୀ ଅନିଲ ବିଭାର, ସାମ୍ବାଦିକ ତୁଳସୀରାମ ଜଗତ, ରୋହନ ମହତ, ପିଇଓ ଅର୍ଜୁନ ଛୁରା, ବିଟାବନ୍ଧର ପୂର୍ବତନ ସରପଞ୍ଚ ଅଗସ୍ତି ବାଗ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇ ମତବ୍ୟକ୍ତ କରିଥିଲେ । ଯମୁନାବାହାଲ ଗ୍ରାମର ବହୁଚର୍ଚ୍ଚିତ ଦିବ୍ୟାଙ୍ଗ ପାରା ଆଥେଲେଟ ପାୟଲ ନାଗ, ଶିକ୍ଷାବିତ୍ ଡଃ. ରମେଶ ଚନ୍ଦ୍ର ମହାନନ୍ଦ, କଳାକାର ସୁଦର୍ଶନ ଦୀପଙ୍କୁ ସମାଜ ପକ୍ଷରୁ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ହଳଦୀ ପଞ୍ଚାୟତ ସଭାପତି ତରୁଣ ସିଂ ଦୀପ ଧନ୍ୟବାଦ ଦେଇଥିଲେ । ସନ୍ଧ୍ୟାରେ ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମରେ ସମ୍ବଲପୁରୀ ମେଲୋଡି ଅନୁଷ୍ଠିତ ହୋଇଥିଲା ।