jayashree

କଲାସୀ ଯାତ୍ରା ଉଦ୍‌ଯାପିତ, ଭକ୍ତିମୟ ପରିବେଶରେ ମାଆଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ଶହ ବର୍ଷର ଗୌରବମୟ ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛି ତେଣ୍ଡିପାଲିର କଲାସୀ ଯାତ୍ରା । ଭକ୍ତି, ଆସ୍ଥା ଓ ଲୋକସଂସ୍କୃତିର ମହାମିଳନ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି ଏହି ପାରମ୍ପରିକ ଯାତ୍ରା ଉତ୍ସବ । ଉଦ୍‌ଯାପନୀ ଦିବସରେ ଆୟୋଜିତ ସାଂସ୍କୃତିକ ସଭାରେ ପୁଇଁନ୍ତଲା ବ୍ଲକ ସାଂସଦ ପ୍ରତିନିଧି ରାଜକିଶୋର ନାଏକ ମୁଖ୍ୟ ଅତିଥି ଏବଂ ଲୋଇସିଂହା ବିଧାୟକ ପ୍ରତିନିଧି ଅଜିତ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ବିକାଶ ଉପରେ ମତ ରଖିଥିଲେ । ଏହି ଅବସରରେ ପାରମ୍ପରିକ ଦଣ୍ଡ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା । ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ କଲାସୀ ଘାଁଟରେ ପହଞ୍ଚି ମାଆଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଆୟୋଜକ କମିଟି, ଗ୍ରାମବାସୀ ଓ ଜନପ୍ରତିନିଧିଙ୍କ ସହଯୋଗରେ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ଉଦ୍‌ଯାପିତ ହୋଇଥିଲା ।

Leave A Reply

Your email address will not be published.