
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଶାନ୍ତିପଡା ଠାରେ ଥିବା ସିଦ୍ଧଶଙ୍କର ସମ୍ମିଳନୀ କକ୍ଷରେ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସହ ମଂଚର ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ, ଉପସଭାପତି ଅଶୋକ କୁମାର ଚାନ୍ଦ, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ ଏବଂ କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ମଂଚାସୀନ ଥିଲେ । ଉକ୍ତ ବୈଠକରେ ଅନେକ ଗୁଡିଏ ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରଥମେ ସଭାପତି ପ୍ରଭାକର ମିଶ୍ରଙ୍କ ସ୍ୱାଗତ ଭାଷଣ ପରେ ଆସନ୍ତା ୨୬ ଓ ୨୭ ନଭେମ୍ବର ଦିନ ମଂଚର ବରିଷ୍ଠ ନାଗରିକମାନଙ୍କ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ଚକ୍ଷୁ, ସର୍ଜରୀ ଓ ମେଡିସିନ ବିଭାଗରେ ପରୀକ୍ଷା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକର ଆଲୋଚନା ପାଇଁ ଉଦ୍ଦିଷ୍ଟ ଏଜେଣ୍ଡା, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ ଉପସ୍ଥାପନ କରିଥିଲେ ଏବଂ କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ଆୟବ୍ୟୟର ହିସାବ ରଖିଥିଲେ । ଆଲୋଚନାରେ ମୁଖ୍ୟଉପଦେଷ୍ଟା ନାରାୟଣ ପାଢି, ଦୁର୍ଗା ପ୍ରସାଦ ହୋତା, ଧନଞ୍ଜୟ ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଲ, ଅଶୋକ କୁମାର ମିଶ୍ର, ନବୀନ କୁମାର ନନ୍ଦ, କୃଷ୍ଣଚନ୍ଦ୍ର ନାଥ, ଚୈତନ୍ୟ ପଟେଲ ଅଂଶଗ୍ରହଣ କରିଥିଲେ । ଏହି ବୈଠକକୁ ସଫଳ କରିବାରେ ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, ବ୍ରଜ କିଶୋର ପଣ୍ଡା, ବିପିନ ବିହାରୀ ପୁରୋହିତ, ଛାୟାକାନ୍ତ ସାହୁ, ମଥାମଣି ପଣ୍ଡା ସହଯୋଗ କରିଥିଲେ । ଶେଷରେ ଉପସଭାପତି ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଦେଇଥିଲେ ।