
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅଧିନ ଘୋରଡ଼ିଆ ଅଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ପ୍ରତିଯୋଗିତା ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସିଆର୍ସିସି ତପନ କୁମାର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏବିଇଓ ବିଜୟ କୁମାର ସେଠି, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ଏସ୍ଏମ୍ସି ସଭାପତି ଲକ୍ଷ୍ମୀଧର ରାଉତରାୟ, ଆଲୁମିନି ସଭାପତି ସର୍ବେଶ୍ୱର ଭୁଜୁବଳ, ଶିକ୍ଷାବିତ ସୁରେନ୍ଦ୍ର ନାଥ ସେଠି ପ୍ରମୁଖ ଯୋଗ ଦେଇ ସମୃଦ୍ଧ ଭାଷା, ସଂସ୍କୃତି ଓ ବିକଶିତ ଓଡିଶା ପ୍ରସଙ୍ଗ ଅଧାରରେ ପ୍ରତିଯୋଗିତା ହୋଇଥିବା ବେଳେ ସୁରଭି ହିଁ ଛାତ୍ର ଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭା ପ୍ରକାଶିତର ପ୍ରକୃଷ୍ଟ ମାଧ୍ୟମ ବୋଲି ଅତିଥିମାନେ ଆଲୋକପାତ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର, ଉପଢୌକନ ଦେଇ ପୁରସ୍କୃତ କରିଥିଲୋ । କନିଷ୍ଠ ଓ ବରିଷ୍ଠ ବର୍ଗର ମୋଟ ୧୩୦ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲୋ । ୯ଟି ବିଦ୍ୟାଳୟର ଭିନ୍ନଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମଣ୍ଡଳସ୍ତରୀୟ ସୁରଭି ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି । ଶିକ୍ଷକ ସୀତାକାନ୍ତ ରାଉତରାୟ ମଞ୍ଚ ପରିଚାଳନା କରିଥିଲେ । ବିଚାରକ ଭାବେ ଶିକ୍ଷକ ପଙ୍କଜ ବେହେରା, ପ୍ରକାଶ ଚନ୍ଦ୍ର ମାର୍ଥା, ଲିଜାରାଣୀ ସାହୁ ଯୋଗଦେଇଥିଲେ । ଶିକ୍ଷୟତ୍ରୀ ନିରୁପମା ମହାପାତ୍ର, ଶ୍ରଦ୍ଧାଞ୍ଜଳି ରାଉତ, ସୁରେନ୍ଦ୍ର ନାଥ ସେଠି, କୁନ୍ତଳା ବିଶ୍ଵାଳ, ଲକ୍ଷ୍ମୀପ୍ରିୟା ପ୍ରଧାନ, ମମତା ବେହେରା, ଚିତ୍ତରଞ୍ଜନ ରାଉତରାୟ, ସୁକାନ୍ତ ସେଠୀ, ବାଦଲ ବେହେରା, ସହଦେବ ମଲ୍ଲିକ, ରାଜେଶ କୁମାର ପ୍ରଧାନ, ସୁରେଶ କୁମାର ରାହୁଳ, ନୀଳାମ୍ବର ନାୟକ, ପାଚିକା ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ, ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସିଆର୍ସିସି ତପନ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।