jayashree

ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗରେ ନୂତନ ଅଧିକ୍ଷଣ ଯନ୍ତ୍ରୀଙ୍କ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କ୍ଷୁଦ୍ର ଜଳସେଚନ ବିଭାଗର ନୂତନ ଅଧିକ୍ଷଣ ଯନ୍ତ୍ରୀ ଉମା ଶଙ୍କର ସାହୁ ବଲାଙ୍ଗିରରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଦାୟୀ ଅଧିକ୍ଷଣଯନ୍ତ୍ରୀ ରବିନ୍ଦ୍ରନାଥ ସେଠୀଙ୍କ କାର୍ଯ୍ୟପ୍ରଣାଳୀ ବଲାଙ୍ଗିରରେ ବିଭିନ୍ନ କାର୍ଯ୍ୟ ପାଇଁ ଚର୍ଚ୍ଚିତ ହୋଇଥିବା ବେଳେ ନୂତନ ଯନ୍ତ୍ରୀ ରବିନ୍ଦ୍ରନାଥ ସେଠିଙ୍କ ପାଇଁ ବନ୍ୟା ପ୍ରପୀଡ଼ିତ ବଲାଙ୍ଗିରକୁ ନିଶ୍ଚିତ ସ୍ଥାୟୀ ଉପଶମ ଏବଂ ସେଚ ପ୍ରଣାଳୀ ପାଇଁ ଆହ୍ୱାନ ସୃଷ୍ଟି କରିଛି । ବଲାଙ୍ଗିରରେ ବର୍ଷା ଜଳ ନିଷ୍କାସନ ଏବଂ ଲକ୍ଷ୍ମୀଯୋର ନାଳର ଲୋକାଭିମୁଖି ପରିଚାଳନାକୁ ନେଇ ଶ୍ରୀ ସାହୁଙ୍କ ପାଇଁ ବହୁ ପରୀକ୍ଷା ନିରୀକ୍ଷାର ଅବକାଶ ସୃଷ୍ଟି ହୋଇଛି । ନୂତନ ଯନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ ଅବକାଶରେ ଉପବିଭାଗୀୟ ଅଧିକାରୀ ପ୍ରଦୀପ ଭୋଇଙ୍କ ପୌରୋହିତ୍ୟରେ ସହକାରୀ ନିର୍ବାହୀଯନ୍ତ୍ରୀ ମାନଭଞ୍ଜନ ଶତପଥି, କିରଣବାଳା ଭୋଇ, ମୁରଲିଧର ମହାଲିଙ୍ଗ, ସଂଗୀତା ମିଞ୍ଚ, ସନ୍ଧ୍ୟାରାଣୀ ଭୋଇ, ଜାହିଦା ନିଶା ବେଗମ, ଦୟାନିଧି ପୁରୋହିତ, କୋବିନ ବେହେରା ପ୍ରମୁଖ ନୂତନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.