ls

ପିପିଲି ଉପ-ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ

2020

ଭବନେଶ୍ୱର, (କେପିଏନ୍‌ଏସ୍‌) : ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନଷ୍ଠିିତ ହେବାକୁ ଥିବା ଉପ-ନିର୍ବାଚନ ନିମନ୍ତେ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଗତ ତା.୩୦.୦୩.୨୦୨୧ରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ମୋଟରେ ୧୫ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତା. ୩୧.୦୩.୨୦୨୧ରିିଖ ପ୍ରାର୍ଥୀ ପତ୍ର ଯାଂଚ ବେଳେ ବିଭିନ୍ନ କାରଣରୁ ୩ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ତା.୦୩.୦୪.୨୦୨୧ରିଖ ପ୍ରାର୍ଥୀ ପତ୍ର ପ୍ରତହାର ଦିବସରେ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ନିର୍ବାଚନ ମଇଦାନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ଭାବେ ମୋଟରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ।

ଭାରତୀୟ ଜନତା ପାର୍ଟିର ଆଶ୍ରିତ ପଟ୍ଟନାୟକ, ସିପିଆଇ(ଏମ୍‌ଏଲ୍‌)ର ଅଶୋକ ପ୍ରଧାନ, ବିଜୁ ଜନତା ଦଳର ରୁଦ୍ରପ୍ରତାପ ମହାରଥୀ, ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆର ମହମ୍ମଦ ଇମାଉଦ୍ଧିନ, ଅଖିଳ ଭାରତ ହିନ୍ଦୁ ମହାସଭାର ଜୟ ପ୍ରକାଶ ସେଠୀ, ଭାରତୀୟ ଜାତୀୟ କଂଗ୍ରେସର ଅଜିତ ମଙ୍ଗରାଜ, ସ୍ୱାଧୀନ ପ୍ରାର୍ଥୀ ନଗେନ୍ଦ୍ର ନାଥ ମିଶ୍ର, ସ୍ୱାଧୀନ ପ୍ରାର୍ଥୀ ସ୍ୱପ୍ନେଶ୍ୱର ନାୟକ, ସ୍ୱାଧୀନ ପ୍ରାର୍ଥୀ ସୁଲୋଚନା ସାହୁ ଓ କଳିଙ୍ଗ ସେନାର ପିଙ୍କଲିନ୍‌ ମହାନ୍ତି ଆସନ୍ତା ୧୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.