jsm

ଆଜି ରାଜ୍ୟରେ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୩୦୮୫ ରହିଛି । ଆଜି ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୯୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୧୦, ବାଲେଶ୍ୱରରୁ ୧୫, ବରଗଡ଼ରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୩୬, କଟକରୁ ୨୨, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୧୨, ଜଗତସିଂପୁର ୧, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୫୦, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୪୦, କୋରାପୁଟରୁ ୭, ମୟୁରଭଞ୍ଜରୁ ୧୬, ନବରଙ୍ଗପୁରରୁ ୧୭, ନୟାଗଡରୁ ୪, ନୂଆପଡାରୁ ୪୨, ପୁରୀରୁ ୧୪, ରାୟଗଡାରୁ ୮, ସମ୍ବଲପୁରରୁ ୨୭, ସୋନପୁରରୁ ୨, ସୁନ୍ଦରଗଡରୁ ୮୫ ଓ ଷ୍ଟେଟପୁଲରୁ ୯ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୪୨୬୯୫ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୭୬୩୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।

yuvodaya
Leave A Reply

Your email address will not be published.