ଅଣ୍ଟା ଭିଡ଼ିଲେ କ୍ରସରର ବିରୁଦ୍ଧରେ ମହିଳା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଖରଭୁଇଁଁ ଗ୍ରାମରେ ପ୍ରତିଷ୍ଠା ହୋଇଥିବା କ୍ରସରକୁ ବହୁଦିନ ହେଲା ଗ୍ରାମବାସୀ ବିରୋଧ କରି ଆସୁଥିବା ବେଳେ ବର୍ତ୍ତମାନ ମହିଳାମାନେ କ୍ରସର୍‌ ବିରୋଧରେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଆଜି ମା’ ବୁଢୀ ଠାକୁରାଣୀ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ସୁବୃତା ଭୋଇ ଓ ସମ୍ପାଦିକା ତିଳୋତ୍ତମା କହଁରଙ୍କ ନେତୃତ୍ୱରେ ଶତାଧିକ ମହିଳା କ୍ରସର୍‌ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ କ୍ରସର୍‌ ଯୋଗୁଁ ତାଙ୍କ ଗ୍ରାମରେ ଅନେକ ରୋଗ ବ୍ୟାପୁଛି । ଉଡୁଥିବା ପଥରଗୁଣ୍ଡ ଯୋଗୁଁ ଗ୍ରାମର ଗାଈଗୋରୁ ପଶୁପକ୍ଷୀ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ହାନୀ ହେଉଛି । ବିସ୍ଫୋଟକ ଲଗାଇ ପଥର ଫଟା ଯାଉଥିବା ଯୋଗୁଁ ଶବ୍ଦ ପ୍ରଦୁଷଣ ହେବାସହ ଛୋଟଛୋଟ ପଥର ଖଣ୍ଡ ଆସି ଲୋକଙ୍କୁ ଆହତ କରୁଥିବା ଅଭିଯୋଗ କରିଛନ୍ତି । ମୁଣ୍ଡଶିଳା ଜଙ୍ଗଲରେ ବୃକ୍ଷରୋପଣ କରିବାପାଇଁ କ୍ରସର ସଂସ୍ଥା ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ କରିନଥିବା ଜଣାପଡିଛି । ସେଥିପାଇଁ ତୁରନ୍ତ ଏ କ୍ରସରକୁ ବନ୍ଦ କରିବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଛି ଏହି ଆଞ୍ଚଳିକ ମଞ୍ଚ ।

Leave A Reply

Your email address will not be published.