csstore

ସ୍ଥାୟୀ ସେବା ଯୋଗାଇ ଦେବା ନିମନ୍ତେ ଉପ ଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ଖଇରା ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ ଅଟେ । ଏ ଗ୍ରାମର ଲୋକ ସଂଖ୍ୟା ୧୨୦୦ ପର୍ୟ୍ୟନ୍ତ ପ୍ରାୟ ହେବ । ଖଇରା ଗ୍ରାମରେ ପ୍ରଶାସନ ଠିକ୍ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ନ ଦେଉଥିବାରୁ ଏ ଗ୍ରାମର ମହିଳା ମାନେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଉଚିତ ପରିମାଣ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରି ଅଛନ୍ତି । ଆଜକୁ ୨୦/୨୫ ବର୍ଷ ହେବ, ପାଖରେ ଥିବା ବିଜାଡିହ ଗ୍ରାମକୁ ଯାଇ ଛୋଟ ଛୋଟ ଶିଶୁ ମାନଙ୍କର ଟୀକାକରଣ କରାଯାଉଅଛି । ହେଲେ ୨ ମାସ ହେବ ଶିଶୁ ମାନଙ୍କର ଟୀକାକରଣ ହୋଇପାରୁନାହିଁ । ପ୍ରଚଣ୍ଡ ଖରାରେ ଛୋଟ ଛୋଟ ଶିଶୁ ମାନଙ୍କୁ ନିକଟରେ ଥିବା ବିଜାଡିହ ଗ୍ରାମକୁ ଚାଳି ଚାଳି ଯିବାକୁ ମହିଳା ମାନେ ଅସମର୍ଥ ପ୍ରକାଶ କରୁଛନ୍ତି । ବର୍ତ୍ତମାନ କରୋନା ଭୟାବହ ପରିସ୍ଥିତିରେ ଅନ୍ୟ ଗ୍ରାମକୁ ଯିବାକୁ ମହିଳା ମାନେ ଭୟ କରୁଛନ୍ତି । ଗତବର୍ଷ ମହିଳା ମାନେ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଆକାରରେ ନିଜ ଗ୍ରାମରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ବିଭାଗୀୟ ଉଚ୍ଚ ପଦସ୍ଥ କର୍ମଚାରୀ ସ୍ଥାୟୀ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଆଜି ପର୍ୟ୍ୟନ୍ତ କିଛି ଫଳପ୍ରଦ ହେଲା ନାହିଁ । ତେଣୁ ଏହି ଗ୍ରାମରେ ଏହି ସ୍ବାସ୍ଥ୍ୟ ସେବା କେନ୍ଦ୍ର ଖୋଲି ସ୍ଥାୟୀ ସେବା ଯୋଗାଇ ଦେବା ପାଇଁ ଗ୍ରାମର ଶାନ୍ତିଲତା ଭୁଏ, ଜାହ୍ନବୀ ନେଗୀ, ବଲମତୀ ଭୁଏ, ସରସ୍ଵତୀ ଭୁଏ, ସୁଶିଳା ମର୍ହି, ମାସୀ ମର୍ହି, ବନିତା ମର୍ହି, ଦୀପାଂଜଳି ମର୍ହି, ଶୁଭା ସାମନୀ, ସୁନୀତା ସୁମନୀଙ୍କ ସମେତ ଗ୍ରାମର ଶତାଧିକ ମହିଳା ଉପ ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.