ନିଷ୍ଠା ପରିବାର ତରଫରୁ ବାବା ବାଲିଆଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ନୂଆଁଖାଇକୁ ତାଛଲ୍ୟ କରିଥିବା ଅଭିଯୋଗରେ ନିଷ୍ଠା ପରିବାର ତରଫରୁ ବରଗଡ଼ ସ୍ଥିତ ସାହୁ ଟିକ୍ରା ତୋରା ଆଶ୍ରମ ସାମ୍ନାରେ ବାବା ବାଲିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ନିଷ୍ଠା ପରିବାର ପକ୍ଷରୁ କୁହାଯାଇଥିଲା ଯେ, ଆମର ସଂସ୍କୃତି ଆମ ପରମ୍ପରା ଆମ ପାଇଁ ମହାନ୍ । ଆମ ସଂସ୍କୃତିକୁ ତାଛଲ୍ୟ କରିବା ପାଇଁ ତାଙ୍କର କୌଣସି ଅଧିକାର ନାହିଁ । ଏନେଇ ତାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଆଗାମୀ ଦିନରେ ସେ ଯଦି ପଶ୍ଚିମ ଓଡ଼ିଶା କିମ୍ବା ସାହୁ ଟିକ୍ରା ଆଶ୍ରମକୁ ଆସନ୍ତି ତେବେ ସମ୍ପୂର୍ଣ୍ଣ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଷ୍ଠାର ଉପଦେଷ୍ଟା ମଦନ ମୋହନ ଦାସ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!