pakka

ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁପୁତ୍ର ମୃତ

ସୋର : ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମରେ ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ ଶିଶୁପୁତ୍ର ଜଣକ ଇଚ୍ଛାପୁର ଗ୍ରାମର ଶରତ ମଲ୍ଲିକଙ୍କ ୨ ବର୍ଷର ଶିଶୁପୁତ୍ର ଜୟପ୍ରକାଶ ମଲ୍ଲିକ ବୋଲି ଜଣାପଡିଛି । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମର ଶରତ ମଲ୍ଲିକଙ୍କର ୨ ବର୍ଷର ଶିଶୁପୁତ୍ର ଜୟପ୍ରକାଶ ମଲ୍ଲିକ ସକାଳେ ଖେଳୁଥିବା ବେଳେ ଘର ପାଖରେ ଥିବା ପୋଖରୀରେ ପଡି ଯାଇଥିଲେ । ଜୟପ୍ରକାଶଙ୍କୁ ଘର ଆଗରେ ନ ପାଇ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ପରେ ଜୟପ୍ରକାଶ ପୋଖରୀ ଭାସୁଥିବାର ଦେଖି ପରିବାର ଲୋକ ଉଦ୍ଧାର କରି ସୋର ମେଡ଼ିକାଲକୁ ଆଣିଥିଲେ । ସେଠାରେ ଶିଶୁପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.

1 × 3 =