jayashree

ଆଇନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସମ୍ବିଧାନ ଗ୍ରହଣ ହେବାର ୭୭ବର୍ଷ ପୂର୍ଣ୍ଣ ଅବସରରେ ରାଉରକେଲା ଆଇନ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତାରେ “ସମ୍ବିଧାନ ଦିବସ” ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଭାରପ୍ରାପ୍ତ ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଓ ପୁଷ୍ପ ପ୍ରଦାନ କରାଯାଇଥିଲା । ଏହାପରେ ମହାବିଦ୍ୟାଳୟର ସେମିନାର ହଲଠାରେ ପ୍ରସ୍ତକ୍ଷବନା ପାଠ କରାଯାଇ, ସମ୍ବିଧାନରେ ଥିବା ଆର୍ଟିକିଲକୁ ନେଇ ଆଲୋଚନା ହୋଇଥିଲା, ଏଥିରେ ଅଜୟ କୁମାର, ଅସିତ ବେହେରା, ଅମିତ ପାତ୍ର, ତାନିୟା ୱାରସି, ଧରିତ୍ରୀ ରଞ୍ଜନ ମହାନ୍ତି, ଅରସଲାନ ଖାନ, ଅଳକାରାଣୀ ମାହାନ୍ତ, ରେହେନୁମା ଖାତୁନ, ହବିବ ଅଲ୍ଲୀ, ଶ୍ଵେତା ରାଇ, ସାଗର କୁମାର ସାହକ୍ଷ ପ୍ରମୁଖ ଭାଗନେଇ ଆର୍ଟିକିଲ ୧୨, ୧୪, ୧୭, ୧୯, ୨୦, ୨୧, ୨୮ ଏବଂ ୩୨ ଉପରେ ନିଜ ନିଜର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚିନ୍ମୟ ନାରାୟଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.