jayashree

ତୈଳିକ ବୈଶ୍ୟ ସମାଜ ସାଧାରଣ ପରିଷଦ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସାଧାରଣ ପରିଷଦ ବୈଠକ ଲୋଇସିଂହା ବ୍ଲକ ଝାରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ପ୍ରଦୀପ ସାହୁ, ରେବତୀକାନ୍ତ ସାହୁ, ଫିରୋଜ୍ ସାହୁ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସମାଜର ରୀତିନୀତି, ଆଦର୍ଶ ତଥା ଚାଲିଚଳନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକସ୍ତରୀୟ ତୈଳିକ ସମାଜ ପାଇଁ କମିଟି ପୁନର୍ଗଠିତ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରଦୀପ କୁମାର ସାହୁ, ସାଧାରଣ ସମ୍ପାଦକ -ହିମାଂଶୁ ଶେଖର ସାହୁ, ଉପ ସଭାପତି- ବିରେନ୍ଦ୍ର ସାହୁ ଓ ଶାନ୍ତନୁ ସାହୁ, ଯୁଗ୍ମ ସମ୍ପାଦକ-ଅନନ୍ତ ସାହୁ ଓ ରାଜେନ୍ଦ୍ର ସାହୁ, କୋଷାଧ୍ୟକ୍ଷ- ଶମ୍ଭୁ ପ୍ରସାଦ ସାହୁ, ଅର୍ଗାନାଇଜିଙ୍ଗ ସମ୍ପାଦକ-ରାମଚନ୍ଦ୍ର ସାହୁ ଓ ଆଇନ ପରାମର୍ଶଦାତା ଭାବେ ଶୁଭେନ୍ଦୁ ସାହୁଙ୍କୁ ମନୋନୀତ କରାଯାଇଥିଲା । ଏଥିସହିତ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଚନ୍ଦ୍ରଭାନୁ ସାହୁ, ନରୋତ୍ତମ ସାହୁ, ଓମପ୍ରକାଶ ସାହୁ, ତରଣୀ ସାହୁ, ଦିଗ ସାହୁ, ସଚ୍ଚିଦାନନ୍ଦ ସାହୁ, କୀର୍ତ୍ତନ ସାହୁ, ତ୍ରିନାଥ ସାହୁ, ଯଦୁନାଥ ସାହୁ, ହରି ସାହୁ ପ୍ରମୁଖ ଥିବାବେଳେ ଉପଦେଷ୍ଟା କମିଟିରେ କ୍ଷୀରଧର ସାହୁ, କିରଣ ସାହୁ, ସଞ୍ଜୀବ ସାହୁ, ଈଶ୍ୱର ସାହୁ, ବନମାଳୀ ସାହୁ, ଘନଶ୍ୟାମ ସାହୁ ପ୍ରମୁଖ ରହିଥିବା ଜଣାଯାଇଛି । ଏହି ବୈଠକରେ ଲୋଇସିଂହା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଶତାଧିକ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ସମ୍ପାଦକ ପ୍ରଦୀପ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.