jayashree

ଜ୍ଞାନମନ୍ଦିର ପ୍ରାଥମିକ ବିଦ୍ୟାଳୟ ବିବାଦ

  • ପ୍ରଧାନ ଶିକ୍ଷୟିତ୍ରୀ, ତାଙ୍କ ସ୍ୱାମୀ ଓ ପୁତ୍ର ନାମରେ ମାମଲା
  • ବିଦ୍ୟାଳୟର ସମ୍ପାଦକ ଓ ଅନ୍ୟମାନଙ୍କୁ ହତ୍ୟା ଧମକ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ଜ୍ଞାନ ମନ୍ଦିର ପ୍ରାଥମିକ ବିଦ୍ୟାଳୟ ଓ ସାଇ ଶିଶୁ ମନ୍ଦିର ମଧ୍ୟରେ ପରିଚାଳନା ବିବାଦ ଘନେଇବାରେ ଲାଗିଛି । ଏନେଇ ଜ୍ଞାନ ମନ୍ଦିର ପରିଚାଳନା କମିଟି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର କର୍ମକର୍ତ୍ତା ଅଧ୍ୟକ୍ଷ ଛଗନଲାଲ ଜୈନ, ସମ୍ପାଦକ ଭଜମନ ଶାନ୍ତି, ପ୍ରଫୁଲ୍ଲ ପ୍ରଧାନ, ବସନ୍ତ ସାମଲ, ସୁଶାନ୍ତ କୁମାର ଦାସ ଓ ଜମି ମାଲିକ କୁହାଯାଉଥିବା ଥୋମାସ ଡୁଙ୍ଗଡୁଙ୍ଗ ଓ ଅଭିଭାବକମାନେ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଗତ ୧୯୯୪ ମସିହାରେ ଛେଣ୍ଡ କଳିଙ୍ଗ ବିହାର ଠାରେ ଜ୍ଞାନମନ୍ଦିର ବିଦ୍ୟାଳୟ ନାମରେ ଏକ ବିଦ୍ୟାଳୟ ଗଠନ କରାଯାଇ ସେଠାରେ ଶିକ୍ଷାଦାନ କରାଯାଇଆସୁଥିଲା । ତେବେ ଗତ କରୋନା ସମୟରେ ଶିକ୍ଷାଦାନ ସାମୟିକ ବାଧାପ୍ରାପ୍ତ ହୋଇଥିଲା । ସେହିପରି ସେହିପରି ସେହି ସମୟରେ ସଭାପତି ଥିବା ରମେଶ ବଳ ଓ ସମ୍ପାଦକ ଉପେନ୍ଦ୍ର ରାଉତଙ୍କ ମୃତ୍ୟୁ ପରେ ଏହା ଅଧିକ ସଂକଟ ହୋଇଥିଲା । ତେବେ ସେହି ସମୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କୁଞ୍ଜବିହାରୀ ଜେନା ଓ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ ପରିଚାଳନା କମିଟିକୁ ନଜଣାଇ ଜୟନ୍ତୀ ଦାସ ନାମ୍ନୀ ମହିଳାଙ୍କୁ ଗତ ୨୦୨୩ ମସିହା ଏପ୍ରିଲ ୨୩ ତାରିଖରେ ବିଦ୍ୟାଳୟ ଚଳାଇବା ପାଇଁ ମାସିକ ୫ ହଜାର ଟଙ୍କା ଦେୟ ସ୍ଥିର କରି ଏଗ୍ରିମେଣ୍ଟ ସାହାଯ୍ୟରେ ଦାୟିତ୍ଵ ଦେଇଥିଲେ । ତେବେ ତିନି ମାସ ଦେୟ ଦେବାପରେ ଆଉ ଦେୟ ନଦେଇ ୧୧ ମାସିଆ ଚୁକ୍ତି ଖିଲାପ କରିବା ସହ ଧିରେଧିରେ ଜ୍ଞାନ ମନ୍ଦିର ବିଦ୍ୟାଳୟକୁ ନିଜ ଅକ୍ତିଆର କରିବାକୁ ଚେଷ୍ଟା କରିଥିଲେ । ଏହାପରେ ପରିଚାଳନା କମିଟି ଓ ଶ୍ରୀମତୀ ଦାସଙ୍କୁ ମଧ୍ୟରେ ବିବାଦ ବଢିଥିଲା । ଏହାକୁ ନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଉଭୟ ପକ୍ଷ ବୁଝାମଣା ପରେ ମଧ୍ୟ ଶ୍ରୀମତୀ ଦାସ ଜ୍ଞାନ ମନ୍ଦିର ବିଦ୍ୟାଳୟର ନାମକୁ କଳାରଙ୍ଗ ବୋଳି ସାଇ ଶିଶୁ ମନ୍ଦିର ଲେଖିଥିଲେ ବୋଲି ଅଭିଯୋଗ କରିଥିଲେ । ସେହି ସମୟରେ ପରିଚାଳନା କମିଟି ବିଶ୍ରା ବ୍ଲକ ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ବିଦ୍ୟାଳୟର ଯେଉଁ ଅଂଶ ଅସୁରକ୍ଷିତ ଅଛି ତାକୁ ମରାମତି ଓ ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କରିବାକୁ ଅନୁମତି ମାଗିଥିଲେ । ଶିକ୍ଷାଧିକାରୀ ଗତ ୩୦/୦୭/୨୦୨୬ ତାରିଖ ଅନୁମତି ଦେବା ସହ ସାଇ ଶିଶୁ ମନ୍ଦିରକୁ ରେଣ୍ଟ ଏଗ୍ରିମେଣ୍ଟର ରିନୁୱ।ଲ କପି ସହ ବିଲ୍ଡିଂର ସୁରକ୍ଷା କାଗଜପତ୍ର ମାଗିଥିଲେ । ତେବେ ଜ୍ଞାନ ମନ୍ଦିର ସମ୍ପାଦକଙ୍କୁ ଅନୁମତି ମିଳିବା ପରେ ପାଚେରୀ ନିର୍ମାଣ ଚାଲିଥିଲାବେଳେ ଶ୍ରୀମତୀ ଦାସ, ତାଙ୍କ ସ୍ୱାମୀ ଶ୍ୟାମସୁନ୍ଦର ଦାସ ଓ ପୁତ୍ର ସ୍ୱୟଂ ସୁନ୍ଦର ଦାସ କମିଟିର ସଦସ୍ୟ ମାନଙ୍କୁ ହକି ବାଡି ଓ ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେବା ସହ ଶ୍ରୀମତୀ ଦାସ ରେପ୍ କେଶରେ ଫସାଇ ଦେବାକୁ ଧମକ ଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏ‌ହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଭିଭାବକଙ୍କ ମଧ୍ୟରେ ଆରତୀ ସାହୁ, ରୀତା ଜେନା, ସୁଭଦ୍ରା ବେହେରା, ଅପରାଜିତା ବେହେରା, ସବିତା ମିଶ୍ର, ପୁଷ୍ପଲତା ଜେନା, ରେଖା ନାୟକ, ପୂଜାରାଣୀ ବେହେରା, ସନ୍ତୋଷିନୀ ନାୟକ, ହେମଲତା ନାୟକ, ନିବେଦିତା କିଶାନ, ନିର୍ମଳା ଖାଲକୋ, କଲଷ୍ଟିକା ଖାଲକୋ, ପ୍ରକାଶ ଟପ୍ପୋ, ଦିଲ୍ଲୀପ କିଣ୍ଡୋ, ଡୋନାଲ୍ଡ ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ସେମାନେ ମଧ୍ୟ ଶ୍ରୀମତୀ ଦାସଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଏ ସମ୍ପର୍କରେ ଶ୍ରୀମତୀ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଏହା ଏକ ସରକାରୀ ଜାଗା । ମୁଁ ଏଠାରେ ଦୀର୍ଘଦିନ ଧରି ଶିକ୍ଷାଦାନ କରିଆସୁଛି । ମାତ୍ର ପୂର୍ବ କର୍ମକର୍ତ୍ତାମାନେ ମୋ ଅଫିସର ତାଲା ଭାଙ୍ଗି ମୋର ଅର୍ଥ ନେଇଯାଇଥିବା ଅଭିଯୋଗ କରି ୭ ଜଣଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ । ତେବେ ସ୍ଥାନୀୟ ପୁଲିସ ଉଭୟ ପକ୍ଷର ଏତାଲା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସମ୍ପ୍ରତି ଏଠାରେ ୨୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.