pakka

ବାଇକ୍ ଉପରେ ଚଢିଗଲା ଟ୍ରକ୍ : ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

bbehera

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଶଙ୍କରପୁର ମୁଖ୍ୟ ରାସ୍ତାରେ ବାଇକ୍ ଉପରେ ଚଢିଗଲା ଟ୍ରକ୍ ଫଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ପ୍ରକାଶ ବେହେରା ତାଙ୍କ ସ୍ତ୍ରୀ ରଶ୍ମିତା ବେହେରାଙ୍କ ସହ ଏକ ବାଇକ୍ ଯୋଗେ ଶ୍ଵଶୁର ଘରକୁ ଯାଇଥିଲେ । ଆଜି ଫେରିବା ସମୟରେ ଢେଙ୍କାନାଳ ଶଙ୍କରପୁର ମୁଖ୍ୟ ରାସ୍ତାରେ ତାଙ୍କ ବାଇକ୍ ଉପରେ ଏକ ଟ୍ରକ୍ ପଛପଟୁ ଚଢିଯାଇଛି । ଫଳରେ ସ୍ଵାମୀ ପ୍ରକାଶ ବେହେରାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ରଶ୍ମିତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି ।

Leave A Reply

Your email address will not be published.

one × two =