jayashree

କଣ୍ଟାବାଞ୍ଜି କେଭି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ଦାବି

  • କଲେଜ ଅଧ୍ୟକ୍ଷଙ୍କୁ କଂଗ୍ରେସ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି କେଭି କଲେଜରେ ଛାତ୍ର ସଂସଦ ନିର୍ବାଚନ ସମ୍ପୂର୍ଣ୍ଣ ବାତିଲ୍ କରିବାକୁ ଦାବି ହୋଇଛି । ଏନେଇ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଶିକ୍ଷାର ମାନ, କଲେଜ ପରିସରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ସୁସ୍ଥ ଶିକ୍ଷାଦାନ ପରିବେଶ ନିଶ୍ଚିତ କରିବା ଉପରେ କଂଗ୍ରେସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଛାତ୍ର ସଂସଦ ନିର୍ବାଚନ ଦ୍ୱାରା କଲେଜର ଶୈକ୍ଷିକ ପରିବେଶ ଉପରେ ସମ୍ଭାବ୍ୟ ପ୍ରଭାବକୁ ବିଚାରକୁ ନେଇ ନିର୍ବାଚନ ବାତିଲ୍ କରିବାକୁ ଦାବି କରାଯାଇଛି । ଏଥିସହ ଉଚ୍ଚଶିକ୍ଷା ବିଭାଗର ପ୍ରଚଳିତ ନିୟମ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ରାଜ୍ୟ ଏନ୍‌ଏସି ଉପସଭାପତି ଅମିତ ସିଂ ସାଲୁଜାଙ୍କ ନିର୍ଦ୍ଦେଶକ୍ରମେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଏଥିରେ ଉଲ୍ଲେଖ ରହିଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ କଲେଜର ଶାନ୍ତିପୂର୍ଣ୍ଣ ଶିକ୍ଷା ପରିବେଶକୁ ଦୃଷ୍ଟିରେ ରଖି ଏହି ଦାବି ଉପରେ କଲେଜ କର୍ତ୍ତୃପକ୍ଷ ଉଚିତ ବିଚାର କରିବେ ବୋଲି କଂଗ୍ରେସ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।

Leave A Reply

Your email address will not be published.