pakka

ନିଷ୍ଠା ପରିବାର ଦ୍ୱାରା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନିଷ୍ଠା ପରିବାର ଓ ଗାଇସୀମା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗାଇସୀମା ରାଜୀବ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ବରଗଡ଼ର ଜଣାଶୁଣା ଡାକ୍ତର ନିଶାନ୍ତ ଦେବତା ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରରେ ବରଗଡ଼ ରକ୍ତ ଭଣ୍ଡାର ଦ୍‌ଦ୍ୱାରା ମୋଟ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହାକୁ ପରିଚାଳନାରେ ନିଷ୍ଠା ପରିବାର ଉପଦେଷ୍ଟା ଦୁର୍ବାଦଳ ଷଡଙ୍ଗୀ, ସଭାପତି ରକ୍ଷପାଳ ସାହୁ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ସମେତ ନିଷ୍ଠାର ସଦସ୍ୟମାନେ ଓ ବିଶେଷ କରି ନିଷ୍ଠା ଟିମ୍ ଗାଇସିମାର ସଦସ୍ୟ ମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

six + 6 =