pakka

ଟିକ୍ରାପଡାରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ, ଟିକ୍ରାପଡା ଟିମ୍‌ ଚାମ୍ପିୟନ ବିବେଚିତ

bbehera

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଠାରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଲାନ୍ଥଶ୍ୱର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚରେ କାଲସାଏପାଲି ଦଳକୁ ୨-୧ ଗୋଲରେ ପରାଜିତ କରି ଟିକ୍ରାପଡା ଦଳ ଚମ୍ପିୟନ ହୋଇଥିଲା । ଉକ୍ତ ଖେଳକୁ ପୁରୁଷୋତ୍ତମ ବୁଡେକ ପରିଚାଳନା କରିଥିବା ବେଳେ ତ୍ରିନାଥ ଚନ୍ଦନ, ଜଳନ୍ଧର ସାହୁ, ଦେବରାଜ ନାହାକ ସହାୟତା କରିଥିଲେ । ପ୍ରଭୁଦାସ କୁମ୍ଭାର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହାର ଉଦଯାପନୀ ଉତ୍ସବରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସିଂଦେଓ, ରୋହିତାଶ୍ୱ ସୁଆର, ନରୋତ୍ତମ କାଲସାଏ, ପଣ୍ତାଲାଲ ବାଗ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ମେନ୍‌ ଅଫ୍‌ ଦି ସିରିଜ୍‌ ଲକ୍ଷ୍ମଣ ସିଂ ମାଝି (କାଲସାଏପାଲି), ମେନ୍‌ ଅଫ୍‌ ଦ ମ୍ୟାଚ୍‌ ଅମିତ, ବେଷ୍ଟ ଡିଫେଣ୍ତର୍‌ ମୁନ୍ନା, ବେଷ୍ଟ ଭୋଲେଣ୍ଟିଅର ମୁକେଶ ଓ ବେଷ୍ଟ ଗୋଲ୍‌ କିପର୍‌ ଭାବେ ଶୁଭମ୍ ରାଜପଲିଆ (ଟିକ୍ରାପଡା)ଙ୍କୁ ଅତିଥିଗଣ ସମ୍ମାନିତ କରିଥିଲେ । ଶେଷରେ ସୁରଜ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 × 2 =

error: Content is protected !!