csstore

ବିଶିଷ୍ଟ କ୍ରିକେଟ ଖେଳାଳି ତଥା ଓସିଏ ପେନାଲର ବରିଷ୍ଠ ଅମ୍ପାୟାର ୱିଲସନ ସିଂଙ୍କ ପରଲୋକ : ଜିଲ୍ଲା କ୍ରୀଡ଼ାପ୍ରେମୀଙ୍କ ମହଲରେ ଗଭୀର ଶୋକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାର ବରିଷ୍ଠ କ୍ରିକେଟ ଖେଳାଳୀ ତଥା ଓଡ଼ିଶା ପେନାଲ୍ ଆମ୍ପୟର ୱିଲସନ ସିଂଙ୍କ ଆଜି ଭୋର୍‌ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହେଉଥିଲା । ବରଗଡ ୱାର୍ଡ ନମ୍ବର ୧୦ର ବାସିନ୍ଦା ଅବସରପ୍ରାପ୍ତ ମେଜର ଧନ ସିଂ ଓ ମାତା ହାରାସିନି ସିଂଙ୍କ ୧୦ ପୁଅ ଝିଅ (୭ ପୁଅ ଓ ୩ ଝିଅ)ଙ୍କ ମଧ୍ୟରେ ଷଷ୍ଠ ପୁତ୍ର ଥିଲେ ୱିଲସନ । ସେ ବଡ଼ଭାଇ ରଞ୍ଜିତ ସିଂ, ସାଇମନ ସିଂ, ଜନ ନ୍ୟୁଟନ ସିଂ, ୱାଶିଂଟନ ସିଂ ଓ ପରିବାରବର୍ଗଙ୍କ ସାଙ୍ଗରେ ରହୁଥିଲେ । ତାଙ୍କର ପଛରେ ପତ୍ନୀ ପୁଷ୍ପାଞ୍ଜଳି, ବଡ ଝିଅ ସିମ୍ରନ୍ ସିଂ ଓ ସାନ ପୁଅ ଅମନ୍ ଆଶୀର୍ବାଦ ସିଂ ସେ ଛାଡ଼ି ଯାଇଛନ୍ତି । ଗତ କିଛିଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଠିକ୍‌ ରହୁ ନ ଥିବା ବେଳେ ସେ ଡ଼ାକ୍ତରଙ୍କ ତତ୍ତ୍ଵାବଧାନରେ ଚିକିତ୍ସିତ ହେଉଥିଲେ ।ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ସେ ନିଶ୍ବାସ ପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କରିବା କଥା ପରିବାର ବର୍ଗଙ୍କୁ ଜଣାଇବା ପରେ ତାଙ୍କୁ ପ୍ରଥମେ ସହର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଓ ପରେ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ସକାଶେ ନିଆଯାଇଥିଲା । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାର କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଶୋକାକୂଳ ମାହୋଲ ସୃଷ୍ଟି ହୋଇଥିଲା । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା, ସମାଜସେବୀ ଚନ୍ଦ୍ର ଶେଖରବାଗ, ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଉପସଭାପତି ଯୁଗଳ ପ୍ରସାଦ ସିଂ, ପୂର୍ବ ସମ୍ପାଦକ ଅରୁଣ କୁମାର ମହାନ୍ତି, କ୍ରିକେଟ ସମ୍ପାଦକ ଅମିୟ ଭୂଷଣ ସାହୁ, ଫୁଟବଲ୍ ସମ୍ପାଦକ ସେକ ଶବବ୍ଦର, ଆଉଟ୍ ଡୋର ସମ୍ପାଦକ ସୁରେଶ ଦାଶ, ପ୍ରାକ୍ତନ ଫୁଟବଲ୍ ଖେଳାଳୀ ପ୍ରେମନାଥ ଗିରି, ଜ୍ଞାନ ରଞ୍ଜନ ପୁଝାରୀ, ମନୋରଞ୍ଜନ କୁମ୍ଭାର, ଜିଲ୍ଲା କ୍ରିକେଟ ଆସୋସିଏସନ୍ ସଭାପତି ହରିହର ପ୍ରଧାନ, ସାଧାରଣ ସମ୍ପାଦକ ରବି ପଣ୍ଡା, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୂର୍ବ ସାଧାରଣ ସମ୍ପାଦକ ସୁବ୍ରତ ଚାଟାର୍ଜୀ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ ସାହୁ, ଚନ୍ଦ୍ର ଶେଖର ପ୍ରଧାନ, ରଜତ ଦାଶ, ବରିଷ୍ଠ ସଦସ୍ୟ ପ୍ରଦୀପ ନନ୍ଦ, ନବୀନ ଲାଠ, ସୋର୍ଯ୍ୟ ରଞ୍ଜନ ରାୟ, ସୋହେଲା ଏଥ୍‌ଲେଟିକ ଆସୋସିଏସନ୍‌ର ସଭାପତି ସତ୍ୟ ନାରାୟଣ ଦେବତା, ରାଜ୍ୟ କ୍ରିକେଟ ଖେଳାଳି ପ୍ରବୀଣ ଲୁହା, ଲୁଇସା ଦାଶଙ୍କ ସମେତ କ୍ରିକେଟ ଖେଳାଳି ୱାସିମ ରାଜା, ମନୋଜ ଶର୍ମା, ଅମ୍ରିଶ ତ୍ରିପାଠୀ, ଭରତ ପଣ୍ଡା, ସଂକଳ୍ପ ରାଉତ, ରାକେଶ ସିଂ, ଅଜିତ ସ୍ବାଇଁ ପ୍ରମୁଖ ନିଜର ପ୍ରିୟ ଖେଳାଳୀଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ସ୍ବର୍ଗତ ସିଂଙ୍କ ବିୟୋଗରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଭାପତି ସମ୍ପାଦକ ସଞ୍ଜୟ ବେହେରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା, ବରଗଡ ଜିଲ୍ଲା କ୍ରୀଡା ସଂସଦ ପୂର୍ବ ସାଧାରଣ ସମ୍ପାଦକ ବିମଳ କିଶୋର ଦେବତା ଓ ପ୍ରଭାତ ଆଦିତ୍ୟ ମିଶ୍ର, କ୍ରୀଡା ସମ୍ପାଦକ ହରଦୀପ ସିଂ, କ୍ରିକେଟ ଆସୋସିଏସନ୍‌ର ବରିଷ୍ଠ ସଦସ୍ୟ ସିନେ ଅଭିନେତା ପୃଥ୍ବୀ ରାଜ ନାୟକ, କିଶୋର ରଥ, ସନ୍ତୋଷ ପଣ୍ଡା, ଗିରିଜା ନାଥ, କଂଗ୍ରେସ ନେତା ପ୍ରଦୀପ ଦେବତା, ନିପନ୍ ଦାଶ, ବିକାଶ ଗ୍ରୁପ୍ର ଅଧ୍ୟକ୍ଷ ଡି.ମୁରଲୀ କ୍ରିଷ୍ଣା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.