pakka

ଛାତ୍ରନେତାରୁ ରାଜନେତାରେ ପଦାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଭିନ୍ନ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଭିନ୍ନ ଦଳର ଭିନ୍ନ ଭିନ୍ନ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବହୁ ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀଠାରୁ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ପର୍ୟ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ମର୍ୟ୍ୟାଦା ସମ୍ପନ୍ନ ଛତ୍ରପୁର ଭଳି ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ ହୋଇଛି । ଚଳିତ ବର୍ଷ ବହୁ ଯୁବ ଗୋଷ୍ଠୀମାନେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ହେବା ଆଶାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଉତ୍ସାହ ପ୍ରକାଶ କରୁଥିବା ଏକ ସର୍ଭେକ୍ଷଣରୁ ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପୂର୍ବତନ ଛାତ୍ର ସଂସଦର ନେତା ରବିନ୍ଦ୍ର ନାହାକ, ଯିଏକି ଜଣେ ୨୩ ବର୍ଷର ଉଦିୟମାନ ଛାତ୍ରନେତା ଏବେ ରାଜନେତାରେ ପଦାର୍ପଣ କରିବାକୁ ପାଦଥାପିଛନ୍ତି । ରବିନ୍ଦ୍ର ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆସି ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ପକ୍ଷରୁ ସେ ସମିତିସଭ୍ୟ ଭାବେ ପ୍ରତିଦ୍ବନ୍ଦୀତା କରିବାକୁ ବାହାରିଛନ୍ତି । ନିଜ ଗ୍ରାମ ଓ ଅଞ୍ଚଳରେ ବହୁବିଧ ଅଦ୍ଭାବ, ଅସୁବିଧା, ବହୁଳ ସମସ୍ୟାକୁ ଦୃଷ୍ଟିରେ ରଖି ସର୍ବାଙ୍ଗୀନ ଉନ୍ନତି କରିବାକୁ ଅଣ୍ଟାଭିଡି ରାଜନେତା ଭାବେ ଅବତୀର୍ଣ୍ଣ ହେବାକୁ ବାହାରିଛନ୍ତି । ରବିନ୍ଦ୍ରଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ବହୁ ବୃଦ୍ଧିଜୀବୀଙ୍କୁ ଚକିତ କରିଛି । ଏହି ଅଞ୍ଚଳରେ ଆଉ କିଛି ଶିକ୍ଷିତ ବର୍ଗର କମ୍ ବୟସର ବୋହୂ ତଥା ଗୃହିଣୀମାନେ ମଧ୍ୟ ନାମାଙ୍କନ ପାଇଁ ଘରୁ ପାଦକାଢୁଥିବା ଜଣାଯାଇଛି । ପ୍ରାର୍ଥୀପତ୍ର ଦାଖଲର ସମୟ ଶେଷ ହେବା ପରେ ଆଗକୁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମର ବୃତ୍ତାନ୍ତ ଏବଂ ଘମାଘୋଟ ଲଢ଼େଇ ଜୋର ସୋରରେ ତେଜିଉଠିବ ବୋଲି ଜଣାପଡୁଛି ।

Leave A Reply

Your email address will not be published.

fourteen − 10 =