pakka

ପାଟଣାଗଡ଼ ଜିଲ୍ଲା ପରିଷଦ ନାମାଙ୍କନ ପାଇଁ ୩ଟି ଦଳର ପ୍ରାର୍ଥୀ ନେଲେ ୭ ଗୋଟି ଫର୍ମ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ପ୍ରଥମ ଦିନରେ ଜିଲ୍ଲାପରିଷଦ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫିଜ୍ ଦାଖଲ କରି ୭ ଗୋଟି ଫର୍ମ ନେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪, ବିଜେଡି ୨ ଓ ବିଜେପି ୧ ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣାପଡିଛି । ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଦିନରେ ୭ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀପତ୍ର ଦାଖଲ ପାଟଣାଗଡ଼ ବ୍ଲକର ୩୦ ଗୋଟି ପଞ୍ଚାୟତରେ ହେବାକୁ ଯାଉଥିବା ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପ୍ରଭୁତି ପଦମାନଙ୍କରେ ଛଡା ହେବାକୁ ଯାଉଥିବା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ପଞ୍ଚାୟତରୁ ୧୦୭ ଗୋଟି ଫର୍ମ ନେଇଥିବା ଜଣାପଡିଛି । ସେଥିମଧ୍ୟରୁ ୱର୍ଡ ମେମ୍ବର ପଦବୀ ପାଇଁ ବେନେଇମୁଣ୍ଡାରେ ୪ ଜଣ ପ୍ରାର୍ଥୀ, ଯୋଗୀମୁଣ୍ଡା, ଡାଙ୍ଗବାହାଲ ଓ ଧାତୁକ ପଞ୍ଚାୟତରେ ଜଣେ ଲେଖାଏଁ ପ୍ରାର୍ଥୀ ୱର୍ଡ ମେମ୍ବର ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ବ୍ଳକ ନିର୍ବାଚନ ଅଧିକାରୀ ନୀଳମାଧବ ସୁନାଙ୍କଠାରୁ ଜଣାପଡିଛି ।

Leave A Reply

Your email address will not be published.

4 × 5 =