pakka

ଭର୍‌ଚୁଆଲ ମୋଡରେ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ

kalikesh

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ପାଳିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି । ଗତକାଲି ଭର୍‌ଚୁଆଲ ମୋଡରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆୟୋଜନର ବିବରଣୀ ପାଠ କରିଥିଲେ । ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯିବ । ଏଥିରେ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ସଂପୃକ୍ତ ଅଧିକାରୀ, ସାମ୍ବାଦିକ ଏବଂ ସମ୍ମାନିତ ହେବାକୁ ଥିବା ସିମିତ କରୋନା ଯୋଦ୍ଧାଙ୍କୁ ଶହେ ଜଣ ମଧ୍ୟରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ୟାରେଡ଼ରେ କେବଳ ପୋଲିସ ଦଳ ଅଂଶଗ୍ରହଣ କରିବେ । ଉକ୍ତ ଦିନ ଭୋରରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ବରଗଡ଼ ପୌରାଞ୍ଚଳରେ ରାମ ଧୂନ ପ୍ରଚାର କରାଯିବ । ସେହିପରି ସକାଳେ ଗାନ୍ଧୀ ଛକଠାରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସକାଳ ୮.୩୦ ମିନିଟରେ ଜର୍ଜ ହାଇସ୍କୁଲ ପଡ଼ିଆରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିବେ । ପରେ ସ୍ୱାସ୍ଥ୍ୟ, ପୋଲିସ, ସଫେଇ କର୍ମଚାରୀମାନଙ୍କ ମଧ୍ୟରୁ ସିମୀତ କୋଭିଡ ଯୋଦ୍ଧାଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯିବ ବୋଲି ସୂଚନା ଦେଇଛନ୍ତି ।

pp
Leave A Reply

Your email address will not be published.

fourteen + twenty =