pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଦିନରେ ପ୍ରାର୍ଥୀ ପତ୍ର ଦାଖଲ

kalikesh

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟରେ ଅନୁଷ୍ଠିତ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ଦିନରେ ବରଗଡ଼ ଜିଲ୍ଲାରେ ୧୧୯ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟସଭ୍ୟା ପଦ ପାଇଁ ସର୍ବାଧିକ ୧୦୧ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପଦବୀ ପାଇଁ ୧୫ ଜଣ ଏବଂ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟସଭ୍ୟା ପାଇଁ ଆଜି କୌଣସି ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ । ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ବରଗଡ଼ ଜିଲ୍ଲାରେ ୧୨ ବ୍ଲକରେ ୨୫୩ଟି ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା, ୩୪ଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ସଭ୍ୟାମାନେ ନିଜ ପଞ୍ଚାୟତରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ସେହିପରି ସମିତି ସଭ୍ୟ ସଭ୍ୟା ନିଜ ବ୍ଲକରେ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ସଂପୃକ୍ତ ଉପଖଣ୍ଡର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ।

pp
Leave A Reply

Your email address will not be published.

15 + eight =