pakka

ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଦିନରେ ୨୭୬ଟି ନାମାଙ୍କନ ପତ୍ର ଦାଖଲ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ପ୍ରଥମ ଦିନରେ ସମୁଦାୟ ୨୭୬ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ୱାର୍ଡ ମେମ୍ବର ପଦବୀ ପାଇଁ ୨୨୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ସରପଂଚ ପଦବୀ ପାଇଁ ୨୬ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ସେହିପରି ପଂଚାୟତ ସମିତି ମେମ୍ବର ପାଇଁ ୧୭ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଜିଲ୍ଲା ପରିଷଦ ସଭ୍ୟ ପଦବୀରେ ଆଜି କେହି ନାମାଙ୍କନ ପତ୍ର ଦାଖଲ କରିନଥିବା ଜିଲ୍ଲା ପଂଚାୟତ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

pp
Leave A Reply

Your email address will not be published.

19 − 5 =