pakka

ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଆଇସିଆଇସିଆଇ ବ୍ୟାଙ୍କ ସାମ୍ନାରୁ ସ୍କୁଟିର ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚିଛି । ବଲାଙ୍ଗିର ଟିକ୍ରାପଡ଼ାର ଅଙ୍କୁଶ ପ୍ରସାଦ ହୋତା ଅଭିଯୋଗ କରିଛନ୍ତି ଯେ, ଆଜି ଦିନ ୧ଟା ୪୦ମି.ରେ ଏସ୍‌ବିଆଇରୁ ୨ ଲକ୍ଷ ଟଙ୍କା ଉଠାଇ ଘରେ ପହଂଚି ଦେଖିବା ବେଳକୁ ତାଙ୍କ ଡିକିରେ ଟଙ୍କା ନାହିଁ । ଖୋଜାଖୋଜି ପରେ ଆଖପାଖର ଦୁଇ ତିନୋଟି ସିସିଟିଭି କ୍ୟାମେରା ଚେକ୍‌ କରିବାରୁ ସେ ଜାଣିବାକୁ ପାଇଛନ୍ତି ଯେ, ଆଇସିଆଇସିଆଇ ବ୍ୟାଙ୍କ ସାମ୍ନାରୁ ସ୍କୁଟିର ଡିକି ଭାଙ୍ଗି ଦୁଇ ଜଣ ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ନେଇଯାଇଛନ୍ତି । ତେବେ ଆଇସିଆଇସିଆଇ ବ୍ୟାଙ୍କ ତଳେ ଥିବା କିରାନା ଦୋକାନ୍‌ର ସିସିଟିଭି କ୍ୟାମେରାରୁ ଏ ବିଷୟରେ ଜାଣିଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି । ଏଣୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୁଟେରାଙ୍କୁ ଧରିବା ପାଇଁ ଶ୍ରୀ ହୋତା ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ।

jay balangir
Leave A Reply

Your email address will not be published.

eighteen − four =

error: Content is protected !!