pakka

କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଦୁଇଜଣଙ୍କ ଗୋଡ଼ ଛିଣ୍ଡିଗଲା, ଜଣେ ଗୁରୁତର

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜିରୁ ତୁରେକେଲାକୁ ସଂଯୋଗ କରୁଥିବା ରାସ୍ତାର ଝରଣୀ ଛକ ନିକଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ତୁରେକେଲା ପଟୁ ଏକ ବାଇକ୍‌ରେ ତିନି ଜଣ ଆସୁଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ଏକ କାର୍‌ର ଡାହାଣ ପଟ ଆଗ ଚକ ଟାୟାର ଫାଟି ଯିବା ଫଳରେ ବାଇକ୍ ସହ ପିଟି ହୋଇଥିଲା । ଏଥିରେ ଦୁଇଜଣ ବାଇକ୍ ଆରୋହୀଙ୍କ ଗୋଡ଼ ଛିଣ୍ଡି ଯାଇଥିବା ବେଳେ ଜଣେ ବାଇକ୍‌ ଆରୋହୀ ଗୁରୁତର ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପୂର୍ବରୁ ମହୁଲବାହେଲି ଗାଁର ଯୁବକ ବୃନ୍ଦ ପହଞ୍ଚି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ଆସିନଥିଲା । ଏହି ସମୟରେ ୧୧ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେରଙ୍କ ସହ ଅନ୍ୟମାନେ ମିଶି ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ । ଅଗ୍ନିଶମ ବିଭାଗ ତୁରନ୍ତ ପହଂଚି ଆହତଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ତୁରେକେଲା ପୋଲିସ୍ ଘଟଣାର ତଦାରଖ କରି କାର୍ ଓ ବାଇକ୍ ଜବତ କରିବା ସହ କାର୍‌ ଡ୍ରାଇଭରଙ୍କୁ ଆରେଷ୍ଟ୍ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

16 − 13 =