
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅବକାରୀ ଥାନା ଅନ୍ତର୍ଗତ ରାମପୁର ଥାନା ଓ ଲଛିପୁର ଥାନାର ବିଭିନ୍ନ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର ହୋଇଛି । ଏଥିରେ ୧୪୬ ଲିଟର ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସମରଚିପା ଗାଁର ଈଶ୍ୱର ସାହୁ, ପ୍ରମୋଦ ସାହୁ, ସୁଦାମ ସାହୁ, ବଡ଼କର୍ଲେର ଶତ୍ରୁଘନ ବେହେରା, ସିଆଲନାଲିର ସତ୍ୟବାନ ବାଗ, ଭୀମଟିକିରାର ନୀଳାମ୍ବର ସାହୁ ଏବଂ ଲଛିପୁର ଥାନା ଜୁଲୁଣ୍ଡା ଗାଁର ଗାନ୍ଧୀ ବେହେରାଙ୍କ ପାଖରୁ ୧୪୬ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉରେ ବିନିକା ଅବକାରୀ ଷ୍ଟାଫ, ସୋନପୁର ମୋବାଇଲ ୟୁନିଟ ଓ ସମ୍ବଲପୁର ଇଆଇଏଣ୍ଡଇବି ୟୁନିଟ ସାମିଲ ହୋଇଥିଲା । ତେବେ ଆଗକୁ ବେଆଇନ ନିଶା କାରବାର ଉପରେ ଜୋରଦାର ଚଢ଼ାଉ କରାଯିବ ବୋଲି ବିନିକା ଅବକାରୀ ଥାନା ଓଆଇସି ଟଙ୍କଧର କିଷାନ କହିଛନ୍ତି ।