ଦେଶରେ ବେଲଗାମ୍‌ ହେଉଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦେଶରେ ଯେଉଁଭଳି ଭାବରେ କରୋନା ସଂକ୍ରମଣ ବଢ଼ୁଛି, ଲୋକଙ୍କ ଭିତରେ ଛନକା ପଶି ଯାଉଛି । ଏହା ବି ସତ ଯେ, ସୁସ୍ଥତା ହାର ବି ବଢ଼ିବାରେ ଲାଗିଛି । କିନ୍ତୁ ସଂକ୍ରମଣ ଦିଗରେ ବି ଏହା କାୟା ବିସ୍ତାର ହୋଇ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ହଜାର ୩୧୪ । କରୋନାରେ ମୃତ୍ୟୁବରଣ କରିଛନ୍ତି ୧୦୯୬ ଜଣ । ଆଜିର ଏହି ହିସାବ ସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୮ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୮,୪୭୨ରେ ପହଂଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩୦,୩୭,୧୫୧ ଜଣ । ଏ ସଂପର୍କରେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଏକ ଆନୁମାନିକ ହିସାବ ଅନୁସାରେ ପ୍ରତି ମିନିଟ୍‌ରେ ଏବେ ୫୭ ଜଣ ସଂକ୍ରମିତ ହେଉଥିବା ବେଳେ ପ୍ରତି ଘଂଟାରେ ୪୫ ଜଣ ଲୋକଙ୍କୁ କରୋନା କବଳରେ ଜୀବନ ଦେବାକୁ ପଡ଼ୁଛି ।

Leave A Reply

Your email address will not be published.