ଗତ ୨୪ ଘଂଟାରେ ଓଡ଼ିଶାରେ ୩୨୬୭ ଜଣ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ୮୫୯

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୨୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସେମାନଙ୍କ ମଧ୍ୟରୁ ୧୯୬୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୩୦୬ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୦, ବାଲେଶ୍ୱରରୁ ୯, ବରଗଡ଼ରୁ ୧୨୦, ଭଦ୍ରକରୁ ୧୩୮, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୪୪, କଟକରୁ ୩୮୪, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୧୮, ଗଜପତିରୁ ୧୮, ଗଂଜାମରୁ ୯୭, ଜଗତସିଂହପୁରରୁ ୬୬, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୩୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୧, କେଉଁଝରରୁ ୧୦୭, ଖୋର୍ଦ୍ଧାରୁ ୮୫୯, କୋରାପୁଟରୁ ୮୩, ମାଲକାନଗିରିରୁ ୧୭, ମୟୁରଭଂଜରୁ ୧୩୪, ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୭୦, ନୂଆପଡ଼ାରୁ ୪୦, ପୁରୀରୁ ୨୩୫, ରାୟଗଡ଼ାରୁ ୧୬୯, ସମ୍ବଲପୁରରୁ ୮୦, ସୋନପୁରରୁ ୬୬ ଏବଂ ସୁନ୍ଦରଗଡ଼ରୁ ୧୨୭ ଜଣ ପଜିଟିଭ୍‌ ବାହାରିଛନ୍ତି । ଆଜି ଯାଏଁ ୧୧୧୬୬୭୮ ଜଣ ପଜିଟିଭ୍‌ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭୩୫୧ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.