ସବୁପ୍ରକାର ସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ : ଆର୍ମି ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ

ଲଦାଖ : ସବୁ ପ୍ରକାର ସ୍ଥିତିକୁ ସାମ୍ନା କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି ବୋଲି ଆର୍ମି ମୁଖ୍ୟ ମନୋଜ ମୁକୁନ୍ଦ ନରବଣେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏଲ୍‌ଏସି.ରେ ଗତ ତିନି ମାସ ହେଲା ସ୍ଥିତି ଗମ୍ଭୀର ରହିଛି । କିନ୍ତୁ ସେନାବାହିନୀର ମନୋବଳ ବେଶ୍‌ ଦୃଢ଼ ଅଛି । କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି । ସେ ଆହୁରି କହିଛନ୍ତି ଯେ, ଲଦାଖ ଏଲଏସି.ରେ ଯେଉଁଭଳି ପରିସ୍ଥିତି ତାହା ବାସ୍ତବରେ ଅତ୍ୟନ୍ତ ଗମ୍ଭୀର । ଏ ସଂପର୍କରେ ରୀତିମତ ବିଚାର ବିମର୍ଷ ଚାଲିଛି । ସୁରକ୍ଷା ପାଇଁ ଆମେ କିଛି ଐତିହାସିକ ପଦକ୍ଷେପ ଗ୍ରହଣ କରିଛୁ । ସେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, ଏ ସ୍ଥିତିର ଦେଶର ସୁରକ୍ଷା ବଳବତ୍ତର ରହିବ । ଭାରତୀୟ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଏବେ ଦଲାଖ ଗସ୍ତରେ ଥିବା ବେଳେ ସେନାବାହିନୀର ପ୍ରସ୍ତୁତି ଉପରେ ଅନୁଧ୍ୟାନ କରିବାକୁ ପହଂଚିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ସେନାର ଅଧିକାରୀ ଏବଂ ସୈନିକ ସାରା ଦୁନିଆଁରେ ସବୁଠାରୁ ଉତ୍ତମ ଅଟନ୍ତି ଏବଂ ସେମାନେ ନିଶ୍ଚୟ ଦେଶ ପାଇଁ ଗୌରବ ଅର୍ଜନ କରିବାର ସାମର୍ଥ୍ୟ ରଖିଛନ୍ତି । ଗତ ଦୁଇ ତିନି ମାସ ହେଲା ଲଦାଖ ସୀମାରେ ଉତ୍ତେଜନା ଲାଗି ରହିଛି । କିନ୍ତୁ ସୈନିକ ତଥା ରାଜନୀତିକ ସ୍ତରରେ ଚୀନ ସହ ବାରମ୍ବାର କଥାବାର୍ତ୍ତା ଚାଲିଛି । ଏହା ଆଗକୁ ବି ଜାରି ରହିବ ବୋଲି ସେନା ମୁଖ୍ୟ ଶ୍ରୀ ନରବଣେ କହିଛନ୍ତି ।

Leave A Reply

Your email address will not be published.