p purohi

କରୋନା ଚିହ୍ନଟ ପରେ ବ୍ଲକ୍ କାର୍ୟ୍ୟାଳୟକୁ ୨ ଦିନ ବନ୍ଦ କଲେ ବିଡ଼ିଓ

dr. purohit

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ୟ୍ୟାଳୟରେ ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ବୋଲି ଜଣାପଡିବା ପରେ ବ୍ଲକ କାର୍ୟ୍ୟାଳୟକୁ ୨ ଦିନ ପାଇଁ ସିଲ କରିଛନ୍ତି ଦେଓଗାଁ ବିଡ଼ିଓ ନବୀନ ଚନ୍ଦ୍ର ପାଢ଼ୀ। ତାଙ୍କ କାର୍ୟ୍ୟାଳୟର ପତ୍ର ସଂଖ୍ୟା ୧୪୬୬ ତା ୩୧/୮/ ୨୦ରେ ବ୍ଲକ ଅଫିସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ୧ ତାରିଖ ଅପରାହ୍ନ ୫ ଟା ପର୍ୟ୍ୟନ୍ତ ସିଲ କରିଛନ୍ତି। ସୋମବାର ଦିନ ଦେଓଗାଁ ଅଗ୍ନିଶମ ବାହୀନି ବ୍ଲକ ଅଫିସର ସମସ୍ତ କୋଠରୀକୁ ସାନିଟାଇଜ କରିଛନ୍ତି। ଏହି ବିଶୋଧନ କାର୍ୟ୍ୟକ୍ରମରେ ଦେଓଗାଁ ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ ଚରଣେଶ୍ୱର କିଷାନ, ଦନାର୍ଦ୍ଧନ ବିଶ୍ୱାଳ, ସୁଜିତ ନାୟକ, ଇସାକ ବାଖଲା,ଏସାଇ ମରାଇ ପ୍ରମୁଖ ସାମିଲ ଥିଲେ। ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ୩୬ ଜଣ କରେନା ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଦେଓଗାଁ ବ୍ଲକରେ ବିଭିନ୍ନ ଗ୍ରାମରେ କରୋନା ଚିହ୍ନଟ ହେବାପରେ ସ୍ଥାନୀୟ ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି, ହେଲେ କୋଭିଡ ନିୟମକୁ ଖିଲାପି କରି ଅମାନିଆମାନେ ବେଧଡ଼କ ଭାବରେ ବୁଲୁଥିବା ଦେଖାଦେଇଛି।

nrusinghnath
Leave A Reply

Your email address will not be published.