ରାଜ୍ୟରେ ପ୍ରଥମ ଥର ଜଣେ ଡାକ୍ତରଙ୍କ ଜୀବନ ନେଲା କରୋନା

ସମ୍ବଲପୁର (ଦାମୋଦର ପଣ୍ଡା) : ରାଜ୍ୟରେ କରୋନା ପ୍ରଥମ ଥର ଜଣେ ଡାକ୍ତରଙ୍କ ଜୀବନ ନେଇଛି । ହୀରାକୁଦ ଇଏସ୍ଆଇ ଡାକ୍ତରଖାନାର ଡାକ୍ତର କୁଳମଣୀ ସୁନା କରୋନା ଆକ୍ରାନ୍ତ ହୋଇ ଗୁରୁବାର ପ୍ରାଣ ହରେଇଛନ୍ତି । ସେ ସମ୍ବଲପୁର ସହର ଷ୍ଟେସନପଡ଼ାର ମୂଳ ବାସିନ୍ଦା, ଯେଉଁ ପଡା ଏବେ କରୋନାର ହଟ୍ ସ୍ପଟ୍ ପାଲଟିଛି ।
ସଂପୃକ୍ତ ଡାକ୍ତରଙ୍କ ବାପା କରୋନାରୁ ସୁସ୍ଥ ହୋଇ ଫେରିଥିବା ବେଳେ ତାଙ୍କ ମା’ ଗତ ସପ୍ତାହରେ କରୋନା ପଜେଟିଭ୍ ଥିବା ଅବସ୍ଥାରେ ପ୍ରାଣ ହରାଇଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଏହା ଶ୍ୱାସରୁଦ୍ଧ ଜନିତ ମୃତ୍ୟୁ ବୋଲି କୁହାଯାଇଥିଲା । ଜିଲ୍ଲାରେ ଗୁରୁବାର ୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ୧୨୬୯ ରେ ପହଞ୍ଚିଛି, ସେମାନଙ୍କ ଭିତରେ ୧୧ ଜଣ ପୋଲିସ କର୍ମଚାରୀ ଅଛନ୍ତି ।

Leave A Reply

Your email address will not be published.