jayashree

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ଭିଜିପିପି ଉପରେ କର୍ମଶାଳା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଶ୍ରୀ ନିତୁଶ୍ରୀ ମେହେରଙ୍କ ସଭାପତିତ୍ୱରେ ଏକ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ସୁଚିନ୍ତିତ ଯୋଜନା ପ୍ରସ୍ତୁତି ଏବଂ ଗ୍ରାମସଭା ମାଧ୍ୟମରେ ଜନସାଧାରଣଙ୍କ ଜରୁରୀ ଭିତ୍ତିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ଥିଲା । ଏହି କର୍ମଶାଳାରେ ବ୍ଲକର ଏପିଓ, ଓଡିଶା ଜୀବିକା ମିଶନ ବିପିଏମ ତଥା ବ୍ଲକ ଟେକ୍ନିକାଲ ଟିମ, କନିଷ୍ଠ ଯନ୍ତ୍ରୀ, ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓ, ଜିପିଏଲଏଫ ମେମ୍ବର, ଏମ୍ବିକେ ଏବଂ ପ୍ରଦାନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଡିଆରଡିଏ ଆଇଏନ ଆର୍ ଏମ୍‌ ଏକ୍ସପର୍ଟ ଇଂ ଆଲୋକ କୁମାର ପ୍ରଧାନ ଏବଂ ପ୍ରଦାନର ତାଲିମଦାତା ବଡ ନାଗ ଯୋଗଦେଇ ଅଂଶଗ୍ରହଣକାରୀ ମାନଙ୍କୁ (ଭିଜିପିପି ) ବିକଶିତ ଗ୍ରାମପଂଚାୟତ ପ୍ଲାନିଂର ଉଦ୍ଦେଶ୍ୟ, ଗୁରୁତ୍ୱ, ପ୍ରସ୍ତୁତି ପ୍ରକ୍ରିୟା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ତାଲିମ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ ଏବଂ ପରିଶେଷରେ ବିପିଏମ ଡଃ. ସତ୍ୟପ୍ରିୟ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.