jayashree

ରାସ୍ତା ଖାଇଗଲେ ଅଧିକାରୀ : ରାସ୍ତା ରୋକ କଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁର ରାସ୍ତା ଖାଇଗଲେ ଅଧିକାରୀ। ଏପରି ଏକ ଘଟଣା ସାମ୍ନାକୁ ଆସିଛି । ପ୍ରକାଶ ଯେ ସଦେଇପାଲିସ୍ଥିତ ନରସିଂହ ନଗର ରାସ୍ତା ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ୫ ଲକ୍ଷ ଟଙ୍କା ଅନୁଦାନ ରାଶି ଦେଇଥିବା ବେଳେ ରାସ୍ତା ନିର୍ମାଣ ନକରି ସମ୍ପୂର୍ଣ୍ଣ ଅନୁଦାନକୁ ଚଳୁ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ଜଡିତ ଅଧିକାରୀମାନଙ୍କ ଓ ପ୍ରକଳ୍ପର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ଏହା ସହ ବଲାଙ୍ଗିର ବ୍ଲକ କଂଗ୍ରେସ ପକ୍ଷରୁ ପଥରଚେପା ଠାରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ତେବେ ଆସନ୍ତା ୧୫ ଦିନ ଭିତରେ ସମସ୍ୟାର ସମାଧାନ କରାନଗଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ କହିଛି ।

Leave A Reply

Your email address will not be published.