oom

ଜାମଗାଁରେ ମା’ ଚୋଟୀବୁଢ଼ୀଙ୍କ ଅଗ୍ନି ଓ ଛତର ଯାତ୍ରା

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଜାମଗାଁଠାରେ ଇଷ୍ଟଦେବୀ ମା’ ଚୋଟୀବୁଢ଼ୀଙ୍କ ଅଗ୍ନିଯାତ୍ରା ସମ୍ପନ ହୋଇଯାଇଛି । ମା’ଙ୍କର ଅଲୌକିକ ଲୀଳା ଓ ଅଗ୍ନିଯାତ୍ରା ଦର୍ଶନ କରିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ସମୋରୋହ ହୋଇଥିଲା । ଅନେକ ମାନସିକ ଧାରୀମାନେ ନିଜର ଇଚ୍ଛା ପୂରଣ କରିବା ପାଇଁ ମା’ଙ୍କୁ ଦର୍ଶନ କରିଥିଲେ । ଗୋଟିଏ ସପ୍ତାହ ପୂର୍ବରୁ ଅଗ୍ନିଯାତ୍ରା ପାଇଁ ମା’ ଆଦେଶ ଦେଇଥିଲେ । ତାଙ୍କ ଆଦେଶକୁ ଶୁଣି ଗ୍ରାମର ସମସ୍ତ ଜନସାଧାରଣଙ୍କ ମନ ମଧ୍ୟରେ ଆନନ୍ଦର ଲହରୀ ଉଠିଥିଲା । ଏହି ଅଗ୍ନିଯାତ୍ରା କାର୍ଯ୍ୟକ୍ରମରେ ଝାଙ୍କର ଭୁଜବଲ ଭୋଇ, ଧବଳେଶ୍ବର ଭୋଇ, ପୁସ୍ତମ ଭୋଇ, ଭୋଳାନାଥ ଭୋଇ, ମୋହନ ଭୋଇ, ଯୋଗେଶ୍ୱ ଭୋଇ, ପୂର୍ବ ବିଧି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଦିଆରୀ ଭାବରେ ଯୁଧିଷ୍ଠିର କଟା, ନବର୍ଣ ଠେଲା, ନେତ୍ର ଭୋଇ, ହୀରାଲାଲ ଭୋଇ, ଭରତ ଭୋଇ, ହୃଦୟ ଭୋଇ, ଶାନ୍ତି ଭୋଇ, ଧୀରେନ୍ଦ୍ର ଚିନ୍ଦା, ତପେ ଠେଲା, କିସମ ଠେଲା, ଆଦିଙ୍କ ଦେହରେ ମା’ ବିରାଜମାନ କରିଥିଲେ । ଶାନ୍ତି ଭକ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମୁରଲୀଧର କଟା, ଗଙ୍ଗାରାମ ସଗରିଆ, ପୁନ୍ୟ କଟା, ଯଦୁମଣି ଭୋଇ, ସତ୍ୟବାନ ଭୋଇ, ରଶ୍ମିରଞ୍ଜନ କଟା, ଜଗଦୀଶ ନାଗ, ବ୍ରଜ କଟା, ମୂଳଚନ କଟା, ଦୁର୍ଲଭ କଟା, ପୁନ୍ୟ ନାଗ, ଦେବରାଜ କଟା, ହେତୁରାମ ଭୋଇ, ନେତ୍ର ଭୋଇ, ଡୋଲାମଣି ଯାଦବ, ଗୁପ୍ତେସ୍ୱର ଜଗତ, କୃଷ୍ଣ ସା, ଦୁଷ୍ମନ୍ତ ଠେଲା, ସୁବାସ ଠେଲା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.