pakka

ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ହେଲେ କୈଦୀ ନଂ ଏନ୯୫୬

bbehera

ମୁମ୍ବାଇ : ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ କ୍ରୁଜ ଡ୍ରଗ୍ସ ପାର୍ଟି କେସ୍‌ରେ ମୁମ୍ବାଇ ଆର୍ଥର ରୋଡ ଜେଲରେ ଆସନ୍ତା ୨୦ ଅକ୍ଟୋବର ପର୍ଯ୍ୟନ୍ତ ରହିବେ । ଏନଡିପିଏସ କୋର୍ଟ ଗୁରୁବାର ଏହି ମାମଲାର ଶୁଣାଣି କରି ନିଷ୍ପତି ସୁରକ୍ଷିତ ରଖିଥିବା ବେଳେ ସବିଶେଷ ତଥ୍ୟ ଅନୁଯାୟୀ ଜେନେରାଲ ୱାର୍ଡକୁ ଶିଫ୍ଟ ହୋଇଥିବା ଆର୍ଯ୍ୟନଙ୍କ କୈଦୀ ନମ୍ବର ଏନ୯୫୬ ରହିଛି । ଏହି ନମ୍ବରରେ ସେ ଏବେ ଜେଲରେ ପରିଚିତ ହେବେ । କ୍ୱାରେଂଟାଇନ ପିରିୟଡ ପରେ ଆଜି ତାଙ୍କୁ ଶିଫ୍ଟ କରାଯାଇଥିଲା । ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଏଠାକୁ ଅଣାଯାଇଛି ।

Leave A Reply

Your email address will not be published.

5 − 1 =