Daily Archives

ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିବା ବେଳେ ଜଳିଗଲା ଜିପ୍

ସୁନ୍ଦରଗଡ଼ : ଖରା ଆରମ୍ଭ ସହ ଏବେ ରାଜ୍ୟର ଏକାଧିକ ଜଙ୍ଗଲ ଜଳୁଛି । ଜଙ୍ଗଲ ନିଆଁକୁ ଲିଭାଇବାକୁ ଯାଇଥିବା ବନ ବିଭାଗର ଗାଡ଼ି ସେହି ଜଙ୍ଗଲ ନିଆଁରେ ଜଳି ଯାଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ସୂଚନା ଅନୁସାରେ ମଙ୍ଗଳବାର ଭବାନୀପୁର ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ସଦର
Read More...

ମୋଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପରେ ଚାଷ କାର୍ଯ୍ୟ ପାଇଁ ଲାଗିଥିବା ୪ ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋକସରା ପୁଲିସ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ
Read More...

ଡ୍ରପ୍‌ଆଉଟ୍‌ ଛାତ୍ରଛାତ୍ରୀ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା : ଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ କରି ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି । ଉକ୍ତ ଡ୍ରପ୍‌ଆଉଟ୍‌ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
Read More...

ଲୋଇସିଂହାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଅରୁଣ ଖୁଆସ ଉପସ୍ଥିତ ବିଡିଓ, ସିଡିପିଓ, ସମସ୍ତ ସରପଂଚ, ଅଙ୍ଗନୱାଡି ସୁପରଭାଇଜରମାନଙ୍କୁ ସ୍ୱାଗତ ଜଣାଇ
Read More...

ଶ୍ରୀ ଶ୍ରୀ ଅଭିରାମ ଯୋଗାଶ୍ରମ ପକ୍ଷରୁ ସନାତନ ଧର୍ମ ସମ୍ମିଳନୀ, ବିଶ୍ୱଶାନ୍ତି ନାମ ଓ ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନ ନିକଟସ୍ଥ ଅଭିରାମ ପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଅଭିରାମ ଯୋଗାଶ୍ରମ ପକ୍ଷରୁ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଆଶ୍ରମର ୩୬ତମ ବାର୍ଷିକୋତ୍ସବ ତଥା ଷୋଡଶତମ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଆଶ୍ରମର ସଭାପତି ବାବାଜୀ ଶ୍ରୀ
Read More...

ବିଜେପୁର ଡାକ୍ତରଖାନା ଡାକ୍ତର ଶୂନ୍ୟ : ସାଧାରଣରେ ଅସନ୍ତୋଷ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଡାକ୍ତରଖାନା ଡାକ୍ତର ଶୂନ୍ୟ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ଏହି ସିଏଚ୍‌ସିରେ
Read More...

ଓଡ଼ିଶା ସାମୁଦ୍ରୀୟ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରୋତ୍ସାହନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ ଭୁବନେଶ୍ୱର : ଓଡ଼ିଶା ସାମୁଦ୍ରୀୟ ପରିଷଦର (Odisha Maritime Board) ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଥିବା ଛୋଟଛୋଟ ବନ୍ଦର ଗୁଡ଼ିକର
Read More...

ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଗୋଳାବାରୁଦ କାରଖାନା ମଲଟି ପର୍‌ପଜ୍‌ ହଲ୍‌ଠାରେ ଗୋଳାବାରୁଦ କାରଖାନା କର୍ମଚାରୀ ସଂଘ ଓ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କମିଟିର ମିଳିତ ଉଦ୍ୟମରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା
Read More...

ସମସ୍ୟା ପାଇଁ ଦାବୀ କଲେ ମିଳୁଛି ଏନ୍‌ଏସି ଚେଆର୍‌ମେନଙ୍କ ଧମକ୍, ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ୟା ପାଇଁ ଦାବୀ କଲେ ବରପାଲିରେ ମିଳୁଛି ଏନ୍‌ଏସି ଚେଆର୍‌ମେନଙ୍କ ଧମକ୍ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବରପାଲିର କିଛି ବରିଷ୍ଠ ନାଗରିକ ମାନେ ଶୌଚାଳୟ, ପରିସ୍ରାଗାର ଓ ମଶା ସମସ୍ୟା ନେଇ ଗତକାଲି ବରପାଲି ଏନ୍‌ଏସି ଅଫିସକୁ ଯାଇଥିବା
Read More...

ବଲାଙ୍ଗିର ଜିଲ୍ଲା ଆଉଟ ସୋର୍‌ସିଂ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରୀ ଆଉଟ ସୋର୍‌ସିଂ କର୍ମଚାରୀ ମହାସଂଘ ବଲାଙ୍ଗିର ଶାଖା ତରଫରୁ ମଙ୍ଗଳବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ସଂଘର ଜିଲ୍ଲାସ୍ତରୀୟ ସଦସ୍ୟମାନେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ
Read More...